ଛାୟା ପୁରୁଷ
ଛାୟା ପୁରୁଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିଜ ଛାୟାର ଅନୂରୂପ ପ୍ରତିବିମ୍ୱାତ୍ମକ ପୁରୁଷ —୧. An image consisting of the shadow of one's self reflected on the sky.
[ ଦ୍ର—ଛାୟା ପୁରୁଷ ଦର୍ଶନ କରିବା ହଠଯୋଗର ଗୋଟିଏ ସାଧନ ଅଟେ ସାଧକ କୌଣସି ଉନ୍ମୁକ୍ତ ସ୍ଥାନରେ ସୂର୍ଯ୍ୟଙ୍କ ଆଡ଼କୁ ପିଠି କରି ଠିଆ ହୋଇ ବିପରୀତଦିଗରେ ଭୁମିରେ ପଡ଼ିବା ନିଜର ଛାୟାକୁ ସ୍ଥିର ଦୃଷ୍ଟିରେ ଏକ ଧାନରେ କେତେକ ସମୟ ଚାହିଁ ରହିବା ପରେ ନିଜର ସମ୍ମୁଖସ୍ଥ ଶୂନ୍ୟ (ଆକାଶ) ଆଡ଼କୁ ଏକ— ଦୃଷ୍ଟିରେ ଚାହିଁଲେ ଆକାଶରେ ନିଜର ଛାୟାର ପ୍ରତିରୁପ ଗୋଟିଏ ଛାୟାର ଆଭାସ ଦେଖାଯିବ—ଏହା କେତେକାଳ ସାଧନ ପରେ ସିଦ୍ଧ ହୁଏ ଏହି ଛାୟାରୂପର ଆଭାସକୁ ଛାୟାପୁରୁଷ ବୋଲାଯାଏ ଛାୟାପୁରୁଷ ଦେଖିପାରିବା ଲୋକର ୬ମାସ ମଧ୍ୟରେ ମୃତ୍ୟୁ ଘଟିବ ନାହିଁ ଏ ସାଧକ ଆଗାମୀ ୬ ମାସାର ଘଟଣା ଆଗରୁ ଜାଣିପାରେ ଯେବେ ଛାୟାପୁରୁଷର ମୁଣ୍ଡ ନ ଦେଖାଯାଏ ତେବେ ଜାଣିବ ଯେ ୬ମାସ ମଧ୍ୟରେ ଦ୍ରଷ୍ଟାର ମୃତ୍ୟୁ ଘଟିବ; ଯେବେ ଗୋଡ଼ ଦେଖା ନ ଯିବ ତେବେ ଭାର୍ଯ୍ୟାର ମୃତ୍ୟୁ ଓ ହାତ ଦେଖା ନ ଗଲେ ଭାଇର ମୃତ୍ୟୁ ନିକଟବର୍ତ୍ତୀ ବୋଲି ଜିଣିବାକୁ ହେବ ଏହିପରି ଭନ୍ନ ଭନ୍ନ ଅଙ୍ଗର ଅଦର୍ଶନରେ ଭିନ୍ନ ଭନ୍ନ ଫଳ ତନ୍ତ୍ରରେ କଥିତ ଅଛି ଯେବେ ଛାୟାପୁରୁଷ ପର୍ଣ୍ଣ ରକ୍ତାର ପ୍ରତିଭାତ ହୁଏ ତେବେ ଶୀଘ ଧନପ୍ରାପ୍ତି ହେବାର ସୂଚିତ ହୁଏ ହିନ୍ଦୀ - ଶବ୍ଦସାଗର]
- ୨. ଅଶରୀରୀମୂର୍ତ୍ତି —୨. A sceptre.