ଛିଟିକିଣି
ଦେଖଣା
ଛିଟିକିଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଟିକୁଣି, ଛିଟୁକୁଣିଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୂଷାଯନ୍ତା; ମୂଷା ମାରିବା ବା ଧରିବା କଳ — ୧. A mouse-trap; a trap-like contrivance for catching rats.
[ଦ୍ରଷ୍ଟବ୍ୟ —ଏଥିରେ ଢିଙ୍କିଆ ଲାଗିଥାଏ; ଢିଙ୍କିଆ ତଳେ ଖାଦ୍ୟଦ୍ରବ୍ୟ ଝୁଲା ହୋଇଥାଏ; ମୂଷା ସେ ଜଳରେ ପଶି ଖାଦ୍ୟ ଦ୍ରବ୍ୟକୁ ଝିଙ୍କି ଦେବା ମାତ୍ରେ ଢିଙ୍କିଆଟି ଖସି ଯିବାରୁ କଳମୁହଁର କବାଟ ବନ୍ଦ ହୋଇଯାଏ ଓ ମୂଷା ଉକ୍ତ କଳମଧ୍ୟରେ ରୁଦ୍ଧ ହୋଇ ରହେ]
- ୨. ଦୁର୍ଗପ୍ରାଚୀରମଧ୍ୟସ୍ଥ ତିର୍ଯ୍ୟକ୍ ଗଡ଼ — ୨. A fort constructed in a leaning position in the wall of a castle.
ଛିଟିକିଣୀମାନ ପାଚିଲା ବେଢ଼ିଣ ଶୋଭା ଯେଉଁ ଦୁର୍ଗ ଦେଖିଲେ ସେ ସୁରଦେବ ଲୋଭା ବିଶ୍ୱନାଥ. ବିଚିତ୍ରରାମାୟଣ
- ୩. କାନ୍ଥରେ ତେରଛା ହୋଇ ପୋତା ହୋଇଥିବା ବଣା — ୩. A long-necked pot put in a slanting position in the wall to serve as a niche.
- ୪. ତୁମ୍ଭ ବାଣର ମୁହଁ ବା ପେନ୍ଦି ଭିତରେ ଆଗରୁ ରଖା ଯାଇଥିବା ବଳା କତା —୪. A copra-rope put inside a firework and used as a fuse to ignite it.
[ଦ୍ରଷ୍ଟବ୍ୟ —ବାଣରେ ନିଆଁ ଲଗାଇବା ସମୟରେ ଏହି ଛିଟକିଣିରେ ଚାଣ୍ଡରସ ଦେଇ ସେହି ଚାଣ୍ଡରସରେ ନିଆଁ ଧରାଇ ଦେଲେ, ସେ ନିଆଁ ଦଉଡ଼ି ଯାଇ ବାଣ ଦେହରେ ଲାଗିଯାଏ]
- ୫. ଟେକା ଫୋପାଡ଼ିବା ଦଉଡ଼ି; ଛନ୍ଦ —୫. A sling.
- ୬. ଛିଟିକିଣିଦ୍ୱାରା ଦୂରକୁ ଫୋପାଡ଼ା ଯିବା ଟେକା — ୬. Clods thrown to a distance by means of a sling.
- ୭. ଢିଙ୍କିଆ; କବାଟ ବା ଝରକାକୁ ବନ୍ଦ କରିବା ନିମନ୍ତେ ଦିଆଯାଇ ଥିବା ଝିଳିକି ବା ଘୋଡ଼ା ବା ହୁକ — ୭. A cleat; a trigger-like contrivance or hook used to fasten the shutters of doors and windows.
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ଛୋଟ ହୁଡ଼ୁକା — A small bolt used in a door.