Jump to content

ଛିଡ଼ା

ଉଇକିଅଭିଧାନ‌ରୁ

ଛିଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ଶୂଦ୍ରଭାଷା) ବିଶେଷ୍ୟ - (ସଂସ୍କୃତ - ଖଡ଼କ=ସ୍ତମ୍ଭ)

[ସମ୍ପାଦନା]
୧. ଦଣ୍ଡାୟମାନ ହେବା — ୧. Standing upright; being erect.
୨. ସିଧାଭାବରେ ଠିଆ ହେବା — ୨. Rising up perpendiculary.
୩. ଦଣ୍ଡାୟମାନ ଅବସ୍ଥା —୩. Stading position.

ଛିଡ଼ାରେ ଆଚମନ କଲିଟି କାହିଁକି କୃଷ୍ଣସିଂହ, ମହାଭାରତ. ଆଦି

୪. (ସଂସ୍କୃତ - ଛେଦନ) ଛିଣ୍ଡିବା; ଛିନ୍ନ ହେବା; ଛିଡ଼ିବା — ୪. Tearing; being torne.

ଅନୁବାଦ

[ସମ୍ପାଦନା]

ଦେଶଜ - (ଶୂଦ୍ର ଭାଷା)ବିଶେଷଣ -

[ସମ୍ପାଦନା]
୧. ଦଣ୍ଡାୟମାନ; ଠିଆ — ୧. Standing upright; erect.

ରହିଲେ ଛିଡ଼ା ହୋଇ ନମସ୍କାର କରି କୃଷ୍ଣସିଂହ. ମହାଭାରତ ବନ

୨. ଲମ୍ୱଭାବରେ ତଳୁ ଉଠିଥିବା — ୨. Rising up perpendicularly.
୩. (ସଂସ୍କୃତ - ଛିନ୍ନ)—ଛିଣ୍ଡା; ଛିନ୍ନ —୩. Torne into pieces.

ତପସ୍ୟା ନ ଥିଲେ କୁଟୀର ଛିଡ଼ା ବାସ ଛାଡ଼ି ନ ଯାଇ ପୂର୍ବେ ଜାଣ ନରଈଶ କୃଷ୍ଣସିଂହ. ମହାଭାରତ ଶାନ୍ତ

୪. ଭଗ୍ନ —୪. Broken.

ଅଶ୍ୱତ୍ଥାମା ପକାଇ ଛିଡ଼ା ଧନୁଖଣ୍ଡ ପୁଣି କରରେ ଧରି ମହତ କୋଦଣ୍ଡ କୃଷ୍ଣସିଂହ. ମହାଭାରତ ଭୀଷ୍ମ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଛିଣ୍ଡାକନା —୧. Rag.
୨. ସ୍ତ୍ରୀଲୋକମାନେ ମାରିବା କୌପୁନି —୨. A long narrow strip of rag tugged down the privities.