ଛିଡ଼ା କରିବା
ଦେଖଣା
ଛିଡ଼ା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ଶୂଦ୍ର ଭାଷା)
[ସମ୍ପାଦନା]- ୧. ଦଣ୍ଡାୟମାନ ହେବାର ବା କୌଣସି ବ୍ୟକ୍ତି ଠିଆ ହୋଇ ରହିବାର ବ୍ୟବସ୍ଥା କରିବା —୧. To cause to a person stand up.
(ଯଥା—ଗୁରୁ ଦୁଷ୍ଟ ଛାତ୍ରକୁ ୩ ଘଣ୍ଟା କାଳ ଖରାରେ ଛିଡ଼ା କଲେ)
- ୨. (ଗୃହଆଦି) ନିର୍ମାଣ କରି ସମ୍ପୂର୍ଣ୍ଣ କରିବା — ୨. To build up; to fabricate; to erect.
(ଯଥା—ମାସକ ମଧ୍ୟରେ ରାଜାମାନେ ଗୋଟିଏ ଦେଉଳ ଛିଡ଼ା କଲେ)
- ୩. (ବିବାଦ, ମକଦମା) ଘଟାଇବା; ସୃଷ୍ଟି କରିବା — ୩. To cause to happen; to bring about; to creat (a dispute).
(ଯଥା—ସେ ଭାଇ ଭାଇ ମଧ୍ୟରେ ଗୋଟିଏ ମକଦମା ଛିଡ଼ା କରି ଦେଲେ)
- ୪. ଡ଼େରିବା; ଉଦ୍ରିକ କରିବା — ୪. To cause to stand erect; to prick up.
(ଯଥା—ଘଣ୍ଟାର ଧ୍ୱନି ଶୁଣି ଘୋଡ଼ା ତା କାନକୁ ଛିଡ଼ା କରିଛି)
[ ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଲାଗେ ]