Jump to content

ଛିଡ଼ା ହେବା

ଉଇକିଅଭିଧାନ‌ରୁ

ଛିଡ଼ା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ଶୂଦ୍ର ଭାଷା)କ୍ରିୟାପଦ -

[ସମ୍ପାଦନା]
୧. ଦଣ୍ଡାୟମାନ ହେବା; ଠିଆ ହେବା — ୧. To stand up.

ଛିଡ଼ା ହୋଇ ଗଲେ କ୍ରିଡ଼ାବତୀ, କ୍ରିଡ଼ା କଲେ କି ରତନ ଜ୍ୟୋତି—ଗୋଲକ, ଇନ୍ଦୁରେଖା

୨. ଲମ୍ୱ ଭାବରେ ତଳୁ ଉଠିବା —୨. To rise up perpendicularly from the ground.
୩. ଅବସ୍ଥାନ କରିବା —୩. To stay; to abide.

ଅଧର୍ମ ତା ଠାରୁ ପଳାଏ ପାଇ କ୍ରୀଡ଼ା, ଧର୍ମ ତାହା ଦେହରେ ହୋଇଥାଏ ଛିଡ଼ା କୃଷ୍ଣସିଂହ. ମହାଭାରତ. ବନ

୪. ଘଟିବା —୪. To happen.

(ଯଥା—ତାଙ୍କ ମଧ୍ୟରେ ଗୋଟିଏ ବଡ଼ ବିବାଦ ଛିଡ଼ା ହେଲାଣି)

୫. ନିର୍ମିତ ହେବା —୫. To be built up.

(ଯଥା—୭ ଦିନ ମଧ୍ୟରେ ପଡ଼ିଆରେ ଗୋଟିଏ ଦେଉଳ ଛିଡ଼ା ହେଲା)

୬. (ଲିଙ୍ଗ) ଟିଙ୍ଗାଇବା; ଉଦ୍ରିକ୍ତ ହେବା — ୬. To stand erect.

(ଯଥା—ଏ ପିଲାଟିକୁ ମୂତ ମାଡ଼ିଲାଣି ବୋଲି ତା ଗୁଡ଼ଟି ଛିଡ଼ା ହୋଇଛି)