Jump to content

ଛିଡ଼ିବା

ଉଇକିଅଭିଧାନ‌ରୁ

ଛିଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଛିଣ୍ଡିବା—ଅନ୍ୟରୂପ)

ଛିଡ଼ାଇବା, ଛିଡ଼େଇବାଣିଜନ୍ତ

ଦେଶଜ - କ୍ରି. (ସଂସ୍କୃତ - ଛିଦ୍ ଧାତୁ)

[ସମ୍ପାଦନା]
୧. ଛିନ୍ନ ହେବା — To be cut off; to be cut asunder; to be split.

କର ହୃଦୟ ଶିର ଛିଡ଼ି, ପଡ଼ିଲେ ମହୀତଳେ ମାଡ଼ି ଜଗନ୍ନାଥ. ଭାଗବତ

୨. ଚିରି ଯିବା —୨. To be torne.

ପଥ ସଂକୀର୍ଣ୍ଣ କଣ୍ଟାବନ, ପଶନ୍ତେ ଛିଡ଼ଇ ବସନ ଭୂପତି. ପ୍ରେମପଞ୍ଚାମୃତ

୩. ବିଚ୍ଛିନ୍ନ ବା ପୃଥକ୍ ହେବା; ସ୍ଥାନଭ୍ରଷ୍ଟ ହେବା; ଗ୍ରଥନ— ଚ୍ୟୁତ ହେବା —୩. To be separated from the proper place.

ଛିଡ଼ି ମୋତିମାଳ ଦିଶେ କି ଚଞ୍ଚଳ କି ସେ ବକପନ୍ତି ପରି କବିସୂର୍ଯ୍ୟ, ସଙ୍ଗୀତ

୪. (ବିବାଦ, ମକଦମା, ହିସାବ) ମୀମାଂସା ହେବା; ନିଷ୍ପତ୍ତି ହେବା; ତୁଟିଯିବା —୪. To be settled.

(ଯଥା—ବର୍ଷେହେଲା ଚଳୁଥିବା ମକଦମାଟି ଆଜି ଛିଡ଼ିଗଲା)

୫. ତଳକୁ ଖସି ପଡ଼ିବା —୫. To drop down.

(ଯଥା—ଆଜି ଦିପହର ଗରମରେ ସ୍ୱର୍ଗରୁ ନିଆଁ ଛିଡ଼ୁଛି)

୬. ଦୁଧ ଫାଟି ଯାଇ ଜଳୀୟ ଅଂଶ ଓ ଛେନା ପୃଥକ୍ ହେବା — ୬. To curdle (said of milk separated into water and cheese.)

(ଯଥା—ଖଟା ପଡ଼ିବାରୁ ଦୁଧ ଛିଡ଼ିଗଲା)

୭. କମି ଯିବା —୭. To become less; to abate; to decrease; to subside.

ସେମାନେ ପିଲାକାଳରୁ ଦେଖି ଆସୁଅଛନ୍ତି, ଏହି ଗଛ ବଢ଼ିବାକୁ ଛିଡ଼ିବାକୁ ନାହିଁ ଫକୀରମୋହନ. ଛମାଣ ଆଠଗୁଣ୍ଠ

୮. ତୁଟିଯିବା; ଭାଙ୍ଗିଯିବା —୮. To be broken off.

(ଯଥା—ତାଙ୍କର ଆମର ସମ୍ପର୍କ ଛିଡ଼ିଲା)

୯. ଗୋଳିଆ ପାଣିରୁ ମଇଳା ଅଂଶ ତଳକୁ ବସିଯିବା — ୯. To be sublimated; (water) to become refined by the dirt being collected at the bottom.

(ଯଥା—ନିର୍ମଳା ଘୋରି ପାଣିରେ ପକାଇବାରୁ ପାଣି ଛିଡ଼ିଗଲା)

୧. ଲୁପ୍ତ ହେବା —୧୦. To disappear.

ଇଷତ ଆଜ୍ଞାରେ ତୁମ୍ଭର, ତ୍ରିଗୁଣ ଛିଡ଼ିଲା ମୋହର ପ୍ରାଚୀ. ବ୍ରହ୍ମନିରୁପଣଗୀତା

୧୧. (ଗଣିତ) କୌଣସି ରାଶିକୁ କୌଣସି ରାଶିରେ ହରିଲେ ଭାଗଶେଷ କିଛି ନ ରହିବା —୧୧. (mathematics) (any number) Not to leave any remaunder after division.

(ଯଥା—୧୨:କୁ ୩ରେ ହରିଲେ ଛିଡ଼ିଯାଏ)

୧୨. ନଖଦ୍ୱାରା ରାମ୍ପୁଡ଼ା ହୋଇ କିମ୍ୱା ପଥରଆଦି ଉପରେ ଘୋଷାରି ହୋଇ ଶରୀର କ୍ଷତବିକ୍ଷତ ହେବା; ରକ୍ତାକ୍ତ ହେବା — ୧୨. To bleet by scratching or abrasion; to be abraded.

(ଯଥା—ପଥରରେ ଘୋଷାରି ହୋଇ ମୋ ଦିହହାତ ଛିଡ଼ି ଯାଇଛି)

୧୩. ସୂକ୍ଷ୍ମତର ହେବା —୧୩. To become more slender; to become leaner.
୧୪. (ନଈରୁ ପାଣି) କମିଯିବା — ୧୪. To become less; to diminish.

(ଯଥା—ନଈର ଧାର ଖରାଦିନେ ଛିଡ଼ିଗଲା)

୧୫. (ଗାଳିରେ ବ୍ୟବହୃତ) ମରିଯିବା; ବିଧ୍ୱସ୍ତ ହେବା — ୧୫. (used in abuse) To die.
୧୬. ଶେଷ ହେବା; ସରିବା — ୧୬. To end; to terminate.

(ଯଥା—କେତେଦୂର ଯାଇ ଏ ରାସ୍ତାଟି ଛିଡ଼ିଛି)

୧୭. ବିନଷ୍ଟ ହେବା —୧୭. To be destroyed.

ଏ ଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ବେଗେ ଛିଡ଼େ ଜଗନ୍ନାଥ. ଭାଗବତ

୧୮. କ୍ଷୟିତ ହେବା; ଘୋରି ହେବା — ୧୮. To wear away by constant use.

(ଯଥା—ସବୁବେଳେ ଚନ୍ଦନ ଘୋରା ହେବାରୁ ଚନ୍ଦନପେଡ଼ି ଛିଡ଼ିଲାଣି)

୧୯. ଘମାଘୋଟ ହୋଇ ଲାଗିବା — ୧୯. To be carried on with vigour.

(ଯଥା—ତାର ମୋର ଆଜି ସକାଳେ ଝାଙ୍କେ କଳି ଛିଡ଼ିଲା)

୨. ମୀମାଂସିତ ହେବା —୨୦. To be decided.

(ଯଥା—ପାଞ୍ଚ ଦିନ ହେଲା ଏ ନିଷାପ ଛିଡ଼ିବାକୁ ନାହିଁ)

୨୧. ସ୍ଥିରୀକୃତ ହେବା —୨୧. To be settled.

(ଯଥା—୩ ଘଣ୍ଟା ଧିକିମାକି ହେବା ପରେ ଏ ଜିନିଷର ଭାଉ ଛିଡ଼ିଲା)

୨୨. ବିବାଦୀ ହେବା — ୨୨. To be at loggerheads with.

(ଯଥା—ରଜାଙ୍କ ସାଙ୍ଗେ ଛିଡ଼ି ପ୍ରଜା ଦଣ୍ଡେ ତିଷ୍ଠି ପାରିବ ନାହିଁ)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ପଡ଼ିବା, ଯିବା କ୍ରିୟା ଯୁକ୍ତ ହୁଏ]