ଛୁଟି
ଦେଖଣା
ଛୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛୁଟ୍ ଧାତୁ=ବନ୍ଧନ କାଟିବା; କାଟି କରି ଅଲଗା କରିବା—ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]- ୧. କାର୍ଯ୍ୟରୁ ଫୁର୍ସେତ୍ ବା ଅବକାଶ ମିଳିବା ସମୟ — ୨. Holiday; vacation.
(ଯଥା—ଗ୍ରୀଷ୍ମ ଛୁଟି, ବଡ଼ଦିନ ଛୁଟି, ପୂଜା ଛୁଟି)
- ୨. କାର୍ଯ୍ୟରୁ ସାମୟିକ ବିଦାୟ — ୨. Temporary leave from duty.
- ୩. ଅବସର —୩. Leisure.
- ୪. ଖଲାସ; ମୁକ୍ତି —୪. Release; discharge.
- ୫. କାର୍ଯ୍ୟରୁ ନିବୃତ୍ତି — ୫. Cessation of work; stoppage of work.
- ୬. ସ୍କୁଲ, କେଚେରି, କାରଖାନା ଆଦିର ସାମୟିକ କାର୍ଯ୍ୟବନ୍ଦ — ୬. Temporary closing or dismissal of a school. court or workshop.
(ଯଥା—୪ଟା ବାଜିଲେ ଇସ୍କୁଲର ଛୁଟି ହୁଏ)
- ୭. କୌଣସି କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କଠାରୁ ମିଳିବା ଅନୁମତି —୭. Permission given by an authority.
- ୮. କୌଣସି ଦାୟିତ୍ୱରୁ ମୁକ୍ତି —୮. Release or discharge from a responsibility.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମୁକ୍ତ; ମୁକ୍ତିପ୍ରାପ୍ତ; ଖଲାସ ହୋଇଥିବା — ୧. Released; liberated.
(ଯଥା—୫ ଘଣ୍ଟା ନୌକରୀ ବଜାଇ ଦେଲେ ତେଣିକି ମୁ ଛୁଟି)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଛୁଇ (ଦେଖ) - Chhui (See)
=== ପ୍ରାଦେଶିକ - (ବାଲେଶ୍ୱର ଓ ସମ୍ୱଲପୁର; ଛୋ ସ୍ଥାନରେ ଛୁ ଉଚ୍ଚାରଣ)
ବିଶେଷଣ - ସ୍ତ୍ରୀ ===
ଛୋଟୀ —Lame (woman)
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଖଞ୍ଜ ସ୍ତ୍ରୀ —A lame woman.