ଛୁଟିବା
ଦେଖଣା
ଛୁଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ ଛୁଟା(ଟେ)ଇବା—ଣିଜନ୍ତ]
ଦେଶଜ - କ୍ରି. (ସଂସ୍କୃତ - ଛୁଟ୍ ଧାତୁ=ବନ୍ଧନ ଆଦି କାଟିବା ହିନ୍ଦୀ - ଶବ୍ଦସାଗର; ସଂସ୍କୃତ - କ୍ଷିପ୍ତ ପ୍ରା. ଛୁଟ—ଯୋଗେଶ ଚନ୍ଦ୍ର)
[ସମ୍ପାଦନା]- ୧. ଜୋର୍ରେ ଚାଲିବା; ଦଉଡ଼ିବା — ୧. To run; to move with force.
- ୨. ପଳାଇଯିବା — ୨. To flee away; to escape.
- ୩. (ଜଳୀୟପଦାର୍ଥ) କୌଣସି ସ୍ଥାନରୁ ବାହାରି ବେଗରେ ବହିବା —୩. To flow out; to gush forth (said of a liquid)
(ଯଥା—ଭଙ୍ଗା କାଚ ବାଜିଯିବାରୁ ତା ଦେହରୁ ରକ୍ତ ଛୁଟୁଛି)
- ୪. (ସମୟ) ଅତିବାହିତ ହେବା — ୪. (the time) To run.
- ୫. ବିନଷ୍ଟ ହେବା — ୫. To be ruined or destroyed.
ଛୁଟିଲେ ଘଟ ତୋତେ ବୋଲିବେ ମଡ଼ା ଛଖଣ୍ଡି କାଠି ତୋର ହୋଇବ ଲୋଡ଼ ମନବୋଧ ଚଉତିଶା
- ୬. ଲୋପ ପାଇବା; ବିଲୁପ୍ତ ହେବା — ୬. To be lost; to disappear.
ଛୁଟି ଯାଇ ବିଚେତନା. ଛଟପଟ ହେବ ସିନା—କବିସୂର୍ଯ୍ୟ, କିଶୋରୀଚମ୍ପୂ. ଛ ଗୀତ
- ୭. ଫିଟିଯିବା; (ଗଣ୍ଠି ଆଦି) ଖୋଲିଯିବା — ୭. (a knot) To get loose; to become slack.
- ୮. (ଗୁଳି. ତୀର, ଉଳ୍ଳା) ଖୁବ୍ଜୋର୍ରେ ଗତିକରିବା — ୮. (bullet, arrow, shooting star) To shoot forth.
- ୯. ମୁକ୍ତଦ୍ୱାର ହେବା; ବାଧା ବା ବନ୍ଧନରହିତ ହେବାରୁ ତହିଁମଧ୍ୟସ୍ଥ ପଦାର୍ଥ ବେଗ ସହିତ ବାହାରିବା — ୯. To become loose or open.
(ଯଥା—ଆଜି କି ତିନିଦିନ ହେଲା ସେ ଶିଶୁର ଗାଣ୍ଡି ଛୁଟିଛି; କାଲି ରାତିରୁ ସେ ବଥଟା ଛୁଟିଛି)