Jump to content

ଛେକାନୁପ୍ରାସ

ଉଇକିଅଭିଧାନ‌ରୁ

ଛେକାନୁପ୍ରାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛେକ+ ଅନୁପ୍ରାସ)

[ସମ୍ପାଦନା]

ଅନୁପ୍ରାସ ବା ଶବ୍ଦାଳାଙ୍କାରବିଶେଷ — A kind of rhetorical figure.

[ଦ୍ରଷ୍ଟବ୍ୟ —ଏହି ଅନୁପ୍ରାସରେ ଏକଚରଣରେ କେତେକ ବ୍ୟବଧାନ ପରେ ଦୁଇ ବା ତଦଧିକ ବର୍ଣ୍ଣର ବାରମ୍ୱାର ଆବୃତ୍ତି ହୋଇଥାଏ; ଉଦାହରଣ, ଯଥା—(କ) ନବ ପ୍ରମଦା ମଦାଳସୀ ଯୋଷାକୁ ଜଳକେଳିରେ ମନାଇବି ମୁଖ ଅଧିକ ଧିକ ଏ ସଉସିଜ ଦେଖାଇ ତାକୁ ଚିହ୍ନାଇବି ଚନ୍ଦ୍ରମା ରହସ୍ୟେ ମନ ଘେନାଇବି ଲୀଳା— ଅନ୍ତର ସଲିଳେ ଜରଜର ହେବା ଶୋଭାକୁ ଅନାଇବି ଉପେନ୍ଦ୍ରଭଞ୍ଜ—ପ୍ରେମସୁଧାନିଧି]