Jump to content

ଛେକିବା

ଉଇକିଅଭିଧାନ‌ରୁ

ଛେକିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କଉଡ଼ି ବା ପଶାଖେଳାଳୀର ହାତମୁଠାରେ ଥିବା କଉଡ଼ି ବା ପଶାକାଠିକୁ ତଳେ ଛାଡ଼ିଦେଲେ ସଂକଳ୍ପିତ ଦାନ ପଡ଼ିବ ଏହି ଉଦ୍ଦେଶ୍ୟରେ ମୁଠାମଧ୍ୟରେ ପଶାକାଠି ବା କଉଡ଼ିଗୁଡ଼ିକ ସଜ୍ଜିତ କରିବା —୧. To manipulate the cawries (conch-shells) and dice while holding them inside the fist, in such a way that they will bring out the desired turn when thrown (considered as unfair in the game of cawries or dice.)

[ଦ୍ରଷ୍ଟବ୍ୟ —ଏ ରୀତି ପଶା ବା କଉଡ଼ି ଖେଳରେ ଅସଦୁପାୟ ରୂପେ ବିବେଚିତ ହୁଏ]

୨. ଉଗାଳିବା —୨. To obstruct a person from the front.
୩. ଛକିବା; ଶତ୍ରୁକୁ ଆକ୍ରମଣ କରିବାକୁ ଗୋପନଭାବରେ ଜଗି ରହିବା —୩. To be on the look-out for; the Enemy; to lie in ambush.

(ଯଥା—ଦେଖ, ସେ ତତେ ଛେକିଛି, କାହିଁ ଦେଖିଲେ ମସ୍ତ ଏକ କୁଟାଣ ଦେବ)

୪. ସୁବିଧା ଉଣ୍ଡିବା; ଓର ଉଣ୍ଡିବା —୪. To seek an oppotunity for accomplishing one's object.

(ଯଥା—ଯେତେ ଛେକିଲେ ହେଲେ କଅଣ ମୋତେ ଧରି ପାରିବୁ?)

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]

ବିପକ୍ଷପକ୍ଷର ସାକ୍ଷୀକୁ କୂଟପ୍ରଶ୍ନ କରିବା; ଜେରା କରିବା —To cross-examine a witness.