ଛେଚିବା
ଦେଖଣା
ଛେଚିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - କୁଞ୍ଚ ଧାତୁ; କିମ୍ୱା ଛିଦ୍ ଧାତୁ)
[ସମ୍ପାଦନା]- ୧. କୁଟିବା; ମାଡ଼ିକରି ଉପର୍ଯ୍ୟୁପରି ଆଘାତ କରିବା; ଦଳିବା —୧. To bruise; to smash.
ତୁମେ ପଟପାଟେ ଛେଚିଲେ ପିଠି ତାଡ଼— କୃଷ୍ଣସିଂହ. ମହାଭାରତ. ସଭା
- ୨. ଉପର୍ଯ୍ୟୁପରି ବିଶେଷ ପ୍ରହାର କରିବା — ୨. To repeatedly deal a sound beating.
- ୩. ବିଶେଷ ପରିମାଣରେ ବୃଷ୍ଟି କରିବା — ୩. To rain cats and dogs.
- ୪. ଭୂମିରେ ବାଡ଼େଇବା — ୪. To strike on the ground.
କୁରୁଙ୍କର ସ୍ତିରୀଏ ହାତର ବାହିଟି ଛେଚି କରି କାନ୍ଦିବେ ଧୂଳିକି ସାଉଁଟି—କୃଷ୍ଣସିଂହ, ମହାଭାରତ. ବନ
- ୫. ଚୂନା କରିବା; ଟିକିଟିକି କରିବା — ୫. To powder; to reduce to small bits.
ରଥ କରିବା ଖଣ୍ଡ ଖଣ୍ଡ, ଛେଚିବା ଅକ୍ରୂରର ମୁଣ୍ଡ— ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ]