Jump to content

ଛୈ

ଉଇକିଅଭିଧାନ‌ରୁ

ଛୈ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଛଦି) ଛଇ; ନୌକା ପ୍ରଭୃତିର ଉପରର ଆବରଣ; ନାହା, ଗାଡ଼ିଆଦିର ଉପରର ତାଟି — ୧. The thatch or covering for a boat or cart.
୨. (ସଂସ୍କୃତ - ଛତ୍ର) ଚାରିଆଡ଼େ ଖେଳେଇ ହୋଇଯିବା — ୨. Diffusion.
୩. (ସଂସ୍କୃତ - ଛବି) ଛବି; ଛଟକ; ବିଳାସ—ଭଙ୍ଗୀ — ୩. Spotiveness; foppishness.
୪. ଥଟ୍ଟା —୪. Jest; frolic.
୫. ଛଳନା; ଛୋପରା —୫. Pretence; trick.
୬. ବାଲିଙ୍ଗି; ଚାତର; ଗର୍ବ —୬. Arrogance.
୭. ରସିକତା —୭. Gallantry; coquetry.
୮. (ଇଟାଆଦିର) ସୁସଜ୍ଜିତ ଶ୍ରେଣୀବଦ୍ଧ ଗଦା — ୮. Well-set stack (e.g. of brick).

[ଦ୍ରଷ୍ଟବ୍ୟ —'ଛଇ' ଆଦ୍ୟରେ ଥିବା ଦେଶଜ ଶବ୍ଦମାନ 'ଛୈ' ଆଦ୍ୟ— ଯୁକ୍ତ ହୋଇ ମଧ୍ୟ ଉଚ୍ଚାରିତ ହୁଏ ଓ ଲେଖାଯାଏ]