Jump to content

ଛୋକାର

ଉଇକିଅଭିଧାନ‌ରୁ

ଛୋକାର

ଉଚ୍ଚାରଣ

[ସମ୍ପାଦନା]
(ଛୋକାରୁଣୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶକାର=ନାଟକରେ ରାଜାଙ୍କର ନୀଚ ଜାତୀୟ ଶାଳକ)

[ସମ୍ପାଦନା]
୧. ବେଶ୍ୟାପୁତ୍ର; ଭଡ଼ୁଆ ଜାତି — ୧. A caste consisting of persons born of whores.

[ଦ୍ରଷ୍ଟବ୍ୟ —ଏମାନଙ୍କର ଗୋଟିଏ ସ୍ୱତନ୍ତ୍ର ଜାତି ଅଛି ଏମାନେ ଗୃହସ୍ଥମାନଙ୍କ ପରି ବିବାହାଦି କରନ୍ତି, ଏମାନେ ନୃତ୍ୟକାରିଣୀ ବେଶ୍ୟାମାନଙ୍କ ସଙ୍ଗେ ବାଦ୍ୟ ଆଦି ବଜାନ୍ତି ଆମ ଦେଶରେ କୌଣସି କୌଣସି ସ୍ଥଳେ ଏମାନେ ତେଲିଙ୍ଗି ବାଜା ବଜାନ୍ତି]

୨. ନିର୍ଲଜ୍ଜ ବ୍ୟକ୍ତି; ଭାଣ୍ଡ ଲୋକ — ୨. A shameless person.
୩. ପରପୁରୁଷ ନିକଟରେ ପର ସ୍ତ୍ରୀ ଜଟାଇବା ଲୋକ — ୩. A pander; procurer; pimp a go-between.
୪. ଅଶ୍ଳୀଳତାପ୍ରିୟ ବ୍ୟକ୍ତି — ୪. A person who is found of using obsence language.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ପରପୁରୁଷମାନଙ୍କ ନିକଟରେ ପରସ୍ତ୍ରୀ ବା ନିଜ ସ୍ତ୍ରୀକୁ ଅସଦ୍ ସଂସର୍ଗ ନିମନ୍ତେ ଜୁଟାଏ — ୧. Pandering; procurer.
୨. ଇନ୍ଦ୍ରୟପରାୟଣ — ୨. Lascivious; lewd; licentious; sensual.
୩. ଭାଣ୍ଡ; ନିର୍ଲଜ୍ଜ; ବେହିୟା — ୩. Shameless; indecent.
୪. ଅତି ନୀଚ (ଲୋକ) —୪. Low; vile, mean.
୫. ଅଶ୍ଳୀଳ —୫. Obscene.

(ଯଥା—ଛୋକାର ଖଥା)

୬. ଅଶ୍ଳୀଳତା ପ୍ରିୟ (ବ୍ୟକ୍ତି) — ୬. Fond of obscene language.
୭. ଅସଚ୍ଚରିତ୍ରା —୭. Immoral; debanched.
୮. ଲମ୍ପଟ —୮. Addicted to adultery.

[ଦ୍ରଷ୍ଟବ୍ୟ —ଦନାଇ ଦାସଙ୍କର ଗୋଟିଏ ପ୍ରବଚନ (ଢଗ) ଅଛି; ଯଥା—"ଛୋକାରୁଣୀ ମାଇପଙ୍କ ଓଷା ସଖୀ ଗୋ ମନ୍ଦ ଏ" ଅର୍ଥାତ ଅସଚ୍ଚରିତ୍ରା ସ୍ତ୍ରୀଲୋକର ଧର୍ମଭୟ ନାହିଁ; ଏପରି ସ୍ଥଳରେ ଉପବାସ ବ୍ରତାଦି ଅନୁଷ୍ଠାନ କରିବା ତା ପକ୍ଷରେ କେବଳ ଲୋକଦେଖାଣିଆ ଭଣ୍ଡତା ମାତ୍ର]