ଜଗିବା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ପହରା ଦେବା
  • ଗୋ ମେଷାଦି ଚରିବା ସମୟରେ ତାଙ୍କ ପ୍ରତି ଦୃଷ୍ଟି ରଖିବା
  • ଅପେକ୍ଷା କରି ରହିବା
  • କୌଣସି ପଦର୍ଥକୁ ସାବଧାନତା ସହିତ ରକ୍ଷା କରିବା; ସମ୍ଭାଳିବା
  • ସତର୍କ ହେବା; ସାବଧାନ ହେବା; ହୁସିଆର ହେବା
  • ରାତି ଅନିଦ୍ରା ହୋଇ ବସିବା ବା ଚେଇଁବା; ଜଗିବାଜଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଗୁ ଧାତୁ=ଜାଗରଣ କରିବା)[ସମ୍ପାଦନା]

୧. ପହରା ଦେବା — ୧. To watch; to guard; to keep watch over.

ଯହିଁ ଜଗି ନିଶି ଯୋଗେ ଶାଳିଗୋପେ ରାଧାନାଥ. ମହାଯାତ୍ରା

୨. ଗୋ ମେଷାଦି ଚରିବା ସମୟରେ ତାଙ୍କ ପ୍ରତି ଦୃଷ୍ଟି ରଖିବା; ଚରାଇବା —୨. To tend (cattle).
୩. ଅପେକ୍ଷା କରି ରହିବା —୩. To be in wating; to keep waiting;

ଛ ମାସ ଜଗିଳି ଯମୁନାଘାଟ, ଦିନେ ନ ପାଇଲି ଭେଟ—ଢଗ

୪. କୌଣସି ପଦାର୍ଥକୁ ସାବଧାନତା ସହିତ ରକ୍ଷା କରିବା; ସମ୍ଭାଳିବା —୪. To look to the safety or preservation of a thing with carefullness.

ମାନ କଲା ଲୋକର ବିଦ୍ୟା ନାଶ ଯାଏ ଏଣୁ ତା ସର୍ବଦା ଜଗିବା ଦ୍ୱିଜରାୟେ କୃଷ୍ଣସିଂହ. ମହାଭାରତ. ବନ

୫. ସର୍ତକ ହେବା; ସାବଧାନ ହେବା; ହୁସିଆର ହେବା — ୫. To be on the alert; to be caution; to be careful.
୬. ରାତି ଅନିଦା ହୋଇ ବସିବା ବା ଚେଇଁବା; ଜାଗିବା — ୬. To watch through the night; to keep up the whole night.