ଜଠର

ଉଇକିଅଭିଧାନ‌ରୁ

ଜଠର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ, ଭକ୍ଷଣ କରିବା+କରଣ ଅର, ମ ସ୍ଥାନରେ ଠ ଆଦେଶ; କିମ୍ୱା ଜନ୍ ଧାତୁ, ଜନ୍ମ କରିବା+ଅଧିକରଣ ଅର)[ସମ୍ପାଦନା]

୧. ପେଟ; ଉଦର —୧. Belly.
୨. ଜରାୟୁ; ଗର୍ଭ —୨. Womb.
୩. ଅନ୍ତଃସ୍ଥଳ —୩. Interior.
୪. ଗର୍ତ୍ତ —୪. Cavity; den.
୫. ଶରୀର; ଦେହ (ହିନ୍ଦୀ - ଶବ୍ଦସାଗର) —୫. Body.
୬. ମରକତମଣିର ଦୋଷବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. A defect in emerald.
୭. ସୁଶ୍ରୁତୋକ୍ତ ଉଦର ଫୁଲିବା ରୋଗବିଶେଷ — ୭. A disease consisting of a swollen belly.
୮. ଭାବତୋକ୍ତ ପର୍ବତବିଶେଷ — ୮. Name of a mythological mountain.

[ ଦ୍ର—ଏହା ମେରୁର ପୂର୍ବରେ; ଏହାର ଦୈର୍ଘ୍ୟ ୧୯: ହଜାର ଯୋଜନ; ଚୌଡ଼ା ୨ ହଜାର ଯୋଜନ ଓ ଉଚ୍ଚତା ୨ ହଜାର ଯୋଜନ; ଏହା ନୀଳ ପର୍ବତଠାରୁ ନିଷିଧ ଗିରି ପର୍ଯ୍ୟନ୍ତ ବିସ୍ତୃତ— ହିନ୍ଦୀ - ଶବ୍ଦସାଗର ]

୯. ବୃହସଂହିତା ଓ ମହାଭାରତୋକ୍ତ ଦେଶବିଶେଷ — ୯. Name of mythological country.

[ ଦ୍ର—ଏହା କୁକୁର ଦେଶର ନିକଟରେ; ଏହା ଅଶ୍ଳେଷା, ମଘା ଓ ପୂର୍ବଫାଲୁନୀ ନକ୍ଷତ୍ରମାନଙ୍କ ଅଧିକାରଭୁକ୍ତ— ହିନ୍ଦୀ - ଶବ୍ଦସାଗର ]

୧. ଉତ୍ସଙ୍ଗ; କ୍ରୋଡ଼ —୧୦. Bosom. (Apte).

ସଂସ୍କୃତ - ବିଶେଷଣ - (+କତ୍ତୃ. ଅର)[ସମ୍ପାଦନା]

୧. କଠିନ —୧. Hard.
୨. କର୍କଶ —୨. Rough.
୩. ବୃଦ୍ଧ —୩. Old; decrepit.