ଜଡ଼ିବା
ଦେଖଣା
ଜଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଡ଼ାଇବା, ଜଡ଼େଇବାଣିଜନ୍ତ
ଦେଶଜ - କ୍ରି. (ସଂସ୍କୃତ - ଜଟ୍ ଧାତୁ=ଏକତ୍ର ହେବା)
[ସମ୍ପାଦନା]- ୧. ମିଶିବା; ସଂଲଗ୍ନ ହେବା; ଲାଗିରହିବା — ୧. To be attached to; to mix with; to stick to.
ଚାଟୁଗିରେ ଆଶ୍ୱାସି ଜରତୀ ବହିର୍ଦାସୀମାନଙ୍କ ଅଙ୍କସ୍ଥଳେ ଜଡ଼ିଲି ରେ— କବିସୂର୍ଯ୍ୟ ସଙ୍ଗୀତ
- ୨. ଜାବୁଡ଼ି କରି ଧରିବା — ୨. To cling to.
ସମସ୍ତ ବେଢ଼ି ଧରି ଜଡ଼ି ଗୁଡ଼କୁ ଯେସନେ ପୁମ୍ପୁଡ଼ି—ଭୂପତି. ପ୍ରେମପଞ୍ଚାମୃତ
- ୩. ଲିପ୍ତ ହେବା; ଆସକ୍ତ ହେବା — ୩. To be addicted to.
ଯେ ହରିଭାବେ ଥାନ୍ତି ଜଡ଼ି ତାଙ୍କ କୀବନ ଦୂରେ ଏଡ଼ି—ଜଗନ୍ନାଥ. ଭାଗବତ
- ୪. କାରୁକାର୍ଯ୍ୟରେ ମଣ୍ଡିତ କରିବା; ଖଚିତ କରିବା — ୪. To inlay or set with gems etc.
- ୫. ଆଲିଙ୍ଗନ କରିବା —୫. To embrace.
ଭିନ୍ନ ସଖୀ ଦେହେ ସ୍ନେହେ କଡ଼ିଗାର କବିସୂର୍ଯ୍ୟ—ସଂଗୀତ
- ୬. ଏକତ୍ରିତ ହେବା; ଗୋଟ ହେବା ସଂହତ ହେବା — ୬. To cohere; to stick together.
ବିସ୍ତ ରୋଦନ ଲୁହ ପଡ଼ି ଭୂମିରେ ଯେତେ ରେଣୁ ନଡ଼ି ଜଗନ୍ନାଥ ଭାଗବତ
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଟାଙ୍ଗଣାଦ୍ୱାରା ସୁନା ବା ଧାତୁର ଏକ ଖଣ୍ଡ ଅନ୍ୟ ଖଣ୍ଡ ସଙ୍ଗେ ସଂଶ୍ଳିଷ୍ଟ ହେବା; ଝାଳି ହେବା — (one bit of metal) To be soldered to (another bit).