ଜଡ଼ୀଭୁତ
ଦେଖଣା
ଜଡ଼ୀଭୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜଡ଼+ଅଭୁତତଦ୍ଭାବେ ଚ୍ୱି (ଈ)+ଭୁତି; ଯେଉଁ ଅନଡ଼ ବସ୍ତୁ ବା ବ୍ୟକ୍ତି ଜଡ଼ ହୋଇଅଛି)
[ସମ୍ପାଦନା]- ୧. ନିଷ୍ପନ୍ଦୀଭୂତ; ଯାହା ନିଷ୍ପନ୍ଦ ହୋଇଅଛି — ୧. Become rigid; parlysed; benumbed; stunned; stupefied.
- ୨. ଯେ ହତବୁଦ୍ଧ ହୋଇଅଛି; କି କର୍ତ୍ତବ୍ୟବିମୂଢ଼ — ୨. Bewildered; dumbfounded.
- ୩. ନିଶ୍ଚେଷ୍ଟ —୩. Inert; become inactive.
- ୪. ନିରୁତ୍ସାହ —୪. Discouraged; disheartened.
- ୫. ଅଭିଭୂତ; ଆକ୍ରାନ୍ତ —୫. Overpowered.
- ୬. ମଗ୍ନ; ଜଡ଼ିତ —୬. Immersed; implicated.
- ୭. ବେଷ୍ଟିତ; ସମାଚ୍ଛନ୍ନ — ୭. Encompassed; covered.
- ୮. ଘନୀଭୁତ; ଜମାଟ ହୋଇଥିବା —୮. Frozen.
[ ଦ୍ର—'ଜଡ଼ୀକୃତ' ଶବ୍ଦ କର୍ମବାଚ୍ୟରେ ନିଷ୍ପନ୍ନ ହୁଏ, ତେଣୁ ତାହାର ଅର୍ଥ ପୂର୍ବେ ହୋଇ ନ ଥିବା ଓ ବର୍ତ୍ତମାନ ଜଡ଼ କରାଯାଇଥିବା କୌଣସି ବସ୍ତୁ ବା ବ୍ୟକ୍ତି ମାତ୍ର 'ଜଡ଼ୀଭୁତ' ଶବ୍ଦ କର୍ତ୍ତୃବାଚ୍ୟରେ ନିଷ୍ପନ୍ନ, ଏହାର ଅର୍ଥ ପୂର୍ବେ ଜଡ଼ ହୋଇ ନ ଥିବା ଓ ବର୍ତ୍ତମାନ ସ୍ୱୟଂ ଡ଼ ହୋଇଯିବା କୌଣସି ବ୍ୟକ୍ତି ବା ବସ୍ତୁ ଅଭୁତ ତଦ୍ଭାବ ଅର୍ଥରେ ଯେଉଁ ଶଦ୍ଦମାନଙ୍କ ଶେଷରେ 'କୃତ' ଓ 'ଭୂତ' ପ୍ରୟୋଗ ହୋଇଥାଏ, ସର୍ବତ୍ର ଏହି ଭଳି ଅର୍ଥ ବୁଝିବାକୁ ହେବ]