ଜନମେଜୟ
ଦେଖଣା
ଜନମେଜୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ) (ଜନମ୍+ଏଜି ଧାତୁ=କମ୍ପିତ କରିବା +କର୍ତ୍ତୃ. ଅ. ଯେ ଅସୁରକୁ ବିନାଶ କରିଥିଲେ)
[ସମ୍ପାଦନା]- ୧. ବିଷ୍ଣୁ —୧. Bishṇu.
- ୨. ପରୀକ୍ଷିତ ରାଜାଙ୍କ ପୁତ୍ର —୨. The son of Parīkhita, king of Hastinā
[ଦ୍ରଷ୍ଟବ୍ୟ —ଏ ଅର୍ଜୁନପୁତ୍ର ଅଭିମନ୍ୟୁଙ୍କ ନାତି ଥିଲେ ଏ ବୈଶମ୍ପାୟନଙ୍କ ଠାରୁ ମହାଭାରତ ଶ୍ରବଣ କରିଥିଲେ ପରିକ୍ଷୀତ ତକ୍ଷକ ନାଗର ଦଂଶନରେ ମରି ଥିବାରୁ ସର୍ପମାନଙ୍କର ବିନାଶ ପାଇଁ ଏ ସର୍ପଯଜ୍ଞ ଅନୁଷ୍ଠାନ କରିଥିଲେ ସେହି ସର୍ପଯଜ୍ଞରେ ସବୁଆଡ଼ୁ ସର୍ପମାନେ ଆସି ହୋମାଗ୍ନିରେ ପୋଡ଼ି ମଲେ, କିନ୍ତୁ ତକ୍ଷକ ଆସ୍ତିକ ଋଷିଙ୍କର ଶରଣାପନ୍ନ ହେବାରୁ ଆସ୍ତିକ ଜନମେଜୟଙ୍କୁ ପ୍ରବର୍ତ୍ତାଇ ସର୍ପଯଜ୍ଞ ବନ୍ଦ କରାଇ ଥିଲେ ଓ ତକ୍ଷକ ରକ୍ଷା ପାଇଲେ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶାର କେଶରୀ ବଂଶର ପ୍ରଥମ ରାଜା — Janmejaya, a king of the Keṡarī dynasty of Orissa.
[ଦ୍ରଷ୍ଟବ୍ୟ —ଏ ଖ୍ରୀଷ୍ଟାବ୍ଦ ୫୨:ରୁ ୫୫୨: ପର୍ଯ୍ୟନ୍ତ ଉତ୍କଳରେ ତାଜତ୍ୱ କରିଥିଲେ କୌଣସି କୌଣସି ଐତିହାସିକଙ୍କ ମତରେ ଏହାଙ୍କ ତାଜତ୍ୱକାଳ ଖ୍ରୀଷ୍ଟାବ୍ଦ ୪୪୨:ରୁ ୪୭୪: ପର୍ଯ୍ୟନ୍ତ କଟକ ନିକଟରେ ମହାନଦୀ ଓ ବିରୁପା ନଦୀ ମଧ୍ୟରେ ଏ ଚଉଦୁଆର ନଗର ସ୍ଥାପନ କରି ସେହିଠାରେ ରାଜଧାନୀ କରିଥିଲେ କୃପାସିନ୍ଧୁ. ଇତିହାସ]