ଜନି
ଦେଖଣା
ଜନି
ଉଚ୍ଚାରଣ
[ସମ୍ପାଦନା](ଛନି, ଜନିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଜନ୍ ଧାତୁ+ଭାବ. ଇ)
[ସମ୍ପାଦନା]- ୧. ଉତ୍ପତ୍ତି; ଜନ୍ମ —୧. Birth; creation.
ଖଟିଏ କୃପା ଘେନି ସାର୍ଥ ହୁଅନ୍ତା ଜନି କବିସୂର୍ଯ୍ୟ. କିଶୋରୀଚମ୍ପୁ ଭ ଗୀତ
- ୨. (+ ଅଧିକରଣ. ଇ) ନାରୀ; ସ୍ତ୍ରୀ — ୨. Woman; a female.
- ୩. ମାତା —୩. Mother.
- ୪. ପୁତ୍ରବଧୂ; ସ୍ନଷା —୫. Daughter-in-law.
[ଦ୍ରଷ୍ଟବ୍ୟ —ସାଧାରଣପ୍ରଚଳିତ 'ସଜନୀ' ଶବ୍ଦ ସ୍ୱଜନିର ଅପଭ୍ରଂଶ 'ସ୍ୱଜନୀ' 'ସ୍ୱଜର' ସ୍ତ୍ରୀଲିଙ୍ଗ ଏହାର ଅର୍ଥ ଆତ୍ମୀୟା]
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଜ୍ୟେସ୍ନୀ)
[ସମ୍ପାଦନା]ଜହ୍ନି ନାମକ ଲତାଫଳ — A kind of kitchen-vegetable; Luffa Acutangula.
ଦେଶଜ - ବିଶେଷଣ -
[ସମ୍ପାଦନା]ଜାତ —Born produced.
ବିଧ ପ୍ରଭା ଅଧିକ ରଜନୀ ହେଲେ ଜନି ଭଞ୍ଜ. ବୈଦେହୀଶବିଳାସ