Jump to content

ଜନ୍ଦା

ଉଇକିଅଭିଧାନ‌ରୁ

ଜନ୍ଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିମ୍ପୂଡ଼ି ଜାତୀୟ ବଡ଼ କଳା ପୋକ — A kind of big black ant; the black pismire or emmet.

[ଦ୍ରଷ୍ଟବ୍ୟ —ଏମାନେ ପିମ୍ପୁଡ଼ି ଠାରୁ ବଡ଼ ଓ ଅଧଇଞ୍ଚ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି ଏମାନେ ଗୁଡ଼ ଓ ମିଷ୍ଟାନ୍ନ ପ୍ରଭୃତିରେ ଲାଗନ୍ତି ସଣ୍ଡୁଆସି ପରି ଦୁଇଟି ବଡ଼ ଦାନ୍ତ ଏମାନଙ୍କ ମୁହଁରୁ ବାହାରି ଥାଏ ଏମାନଙ୍କ କାମୁଡ଼ା ଠାରୁ ବେଶି ଯନ୍ତ୍ରଣାଦାୟକ ଏମାନେ ଗଛର ବକଳ ତଳେ ଓ ଭୂମିରେ ଗର୍ତ୍ତ କରି ରହନ୍ତି ନାନା ଶ୍ରେଣୀର ଜନ୍ଦା ଅଛନ୍ତି ଯଥା—ଧୂଳିଆ ଜନ୍ଦା, କାଠ ଜନ୍ଦା, ଗୁଡ଼ିଆ ଜନ୍ଦା, ଡ଼େଙ୍ଗା ଜନ୍ଦା, ବୁଢ଼ା ଜନ୍ଦା ଓ ଡ଼ଗରା ଜନ୍ଦା ଇତ୍ୟାଦି ଉଇ ପିମ୍ପୁଡ଼ି ପରି ବର୍ଷାଦିନରେ ଏମାନଙ୍କର ପକ୍ଷୀ ଜନ୍ମେ ଓ ସେତେବେଳେ ସେମାନେ ଉଡ଼ି ପାରନ୍ତି ଏମାନେ ଗୋଟିକ ପରେ ଗୋଟିଏ ଏକ ବାଟରେ ଧାର ଲାଗିବାର ଦେଖାଯାଏ ଧୂଳିଆ ଜନ୍ଦାଙ୍କ କାମୁଡ଼ାରେ ସବୁ ଜନ୍ଦାଙ୍କ ଅପେକ୍ଷା ବେଶି ଯନ୍ତ୍ରଣା ହୁଏ