ଜପ
ଦେଖଣା
ଜପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜପ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ମନେ ମନେ ପୁନଃ ପୁନଃ ପାଠ —୧. Muttering.
ଜପକୁ କଲେ ପିତାରେ ହାତ ଦେଇ କୃଷ୍ଣସିଂହ. ମହାଭାରତ. ବନ
- ୨. ମନ୍ତ୍ରାଦିତ ବିଧିପୂର୍ବକ ପୁନଃ ପୁନଃ ଉଚ୍ଚାରଣ ବା ଆବୃତ୍ତି — ୨. Repetition of prayers or imcantations.
- ୩. ପୁନଃ ପୁନଃ ଆବୃତ୍ତିପୂର୍ବକ ବେଦାଧ୍ୟୟନ; ସ୍ୱାଧ୍ୟାୟ — ୩. Recitation of the Badas.
- ୪. ଚୂପ୍ ଚୂପ୍ କରି କହିବା —୪. Whispering.
- ୫. ଜପମାଳା ସାହାଯ୍ୟରେ ଇଷ୍ଟମନ୍ତ୍ରକୁ ପୁନଃ ପୁନଃ ଅବୃତ୍ତି କରିବା —୫. Telling of beads by reciting particular formulas silently.
[ଦ୍ରଷ୍ଟବ୍ୟ —ପୂରାଣରେ ଜପ ୩ ପ୍ରକାର ଉଲ୍ଲେଖ ଅଛି—ମାନସ, ଉପାଂଶୁ ଓ ବାଚିକ; କେହି କେହି ଜିହ୍ୱାଜପ ନାମରେ ୪ ର୍ଥ ପ୍ରକାର ଜପ ଉଲ୍ଲେଖ କରିଅଛନ୍ତି ମନେ ମନେ ମନ୍ତ୍ରର ଅର୍ଥ ମନନ କରି ଧୀରେଧୀରେ ଉକ୍ତ ମନ୍ତ୍ରକୁ ସ୍ନରଣ କରିବା ମାନସଜପ; ଓଠ ଓ ଜିଭ ହଲାଇ କ୍ଷୀଣସ୍ୱରରେ ଉଚ୍ଚାରଣ କରିବା ଉପାଂଶଜପ; ଓଠ ନ ହଲି କେବଳ ଜିଭ ହଲିଲେ ଜିହ୍ୱାଜପ ଓ ମନ୍ତ୍ରର ବର୍ଣ୍ଣମାନଙ୍କର ସ୍ପଷ୍ଟ ଉଚ୍ଚାରଣକୁ ବାଚିକ ଜପ ବୋଲାଯାଏ ଜପ କରିବା ସମୟରେ ମନ୍ତ୍ରର ସଂଖ୍ୟା ପ୍ରତି ଧ୍ୟାନ ରଖିବାକୁ ପଡ଼େ, ଏଥିପାଇଁ ମାଳାର ଆବଶ୍ୟକ ହୁଏ —ହିନ୍ଦୀ - ଶବ୍ଦସାଗର]