Jump to content

ଜମଦଗ୍ନି

ଉଇକିଅଭିଧାନ‌ରୁ

ଜମଦଗ୍ନି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)—(ଜମ ଧାତୁ+ଶତୃ=ଜମତ୍=ଭକ୍ଷଣକାରୀ +ଅଗ୍ନି; ଯେ ଅଗ୍ନି ପରି ରାଗୀ ଅର୍ଥାତ୍ ଅଗ୍ନିଶର୍ମା ଥିଲେ)

[ସମ୍ପାଦନା]

ପରଶୁରାମଙ୍କ ପିତା; ଋଷିବିଶେଷ — Name of a sage, father of Paraṡurāma.

ଜମଦଗ୍ମି ବୋଇଲେ ଅଗ୍ନି ପରି ମୁହିଁ ହେବାରୁ ଜମଦଗ୍ନି ନାମ ଅଛି ବହି କୃଷ୍ଣସିଂହ. ମହାଭାରତ. ଅନୁଶାସନ

[ଦ୍ରଷ୍ଟବ୍ୟ —ଏ ଭୃଗୃଋଷିଙ୍କ ବଂଶଧର ଏହାଙ୍କର ପିତାଙ୍କ ନାମ ଋଚିକ ଓ ମାତାଙ୍କ ନାମ ସତ୍ୟବତୀ ଏହାଙ୍କ ଭାର୍ଯ୍ୟାଙ୍କ ନାମ ରେଣୁକା ରେଣୁକାଙ୍କ ଗର୍ଭରେ ଏହାଙ୍କର ପାଞ୍ଚ ଗୋଟି ପୁତ୍ର ଜନ୍ମି— ଥିଲେ; ସେମାନଙ୍କ ମଧ୍ୟରେ ପରଶୁରାମ କନିଷ୍ଠ ଜମଦଗ୍ନି ସମସ୍ତ ବେଦରେ ପାରଙ୍ଗମ ଥିଲେ ଦିନେ ରେଣୁକା ସ୍ନାନକୁ ଯାଇ ସେଠାରେ ଗୋଟିଏ ଗନ୍ଧର୍ବଦମ୍ପତିଙ୍କୁ ଦେଖିବରୁ ତାଙ୍କ ମନ କାମାସକ୍ତ ହେଲା ଓ ସେଥିଯୋଗୁଁ ରେଣୁକାଙ୍କର ପ୍ରଭା ମଳିନ ଦିଶିବାରୁ ଜମଦଗ୍ନି ତପୋବଳରେ ସ୍ତ୍ରୀଙ୍କର ଏହି ପାପଚିନ୍ତା ଜାଣି ପାରି ତାଙ୍କୁ ହାଣି ପକାଇବାକୁ ପୁତ୍ରମାନଙ୍କୁ ଆଦେଶ ଦେଲେ ଅନ୍ୟ ଚାରିପୁତ୍ର ଏହା କରିବାକୁ କୁଣ୍ଠିତ କିନ୍ତୁ ପରଶୁରାମ ପିତାଜ୍ଞା ପାଳନ କଲେ ଏଥିରେ ଜମଦଗ୍ନି ପରଶୁରାମଙ୍କ ପ୍ରତି ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିବାରୁପରଶୁରାମ ସ୍ୱୀୟ ଜନନୀଙ୍କ ପୁନ— ରୁଜ୍ଜୀବନ ପ୍ରାର୍ଥନା କଲେ ଓ ତଦନୁସାରେ ରେଣୁକା ପୁନର୍ଜ୍ଜୀବିତା ହେଲେ ହୈହୟ ରାଜା କାର୍ତ୍ତବୀର୍ଯ୍ୟ ଏହାଙ୍କ ଆଶ୍ରମକୁ ଯାଇ ଏହାଙ୍କ କାମଧେନୁକୁ ହରଣ କରିବାରୁ ଜମଦଗ୍ନି କାର୍ତ୍ତବୀର୍ଯ୍ୟଙ୍କର ସହସ୍ର ହସ୍ତ ଛେଦନ କଲେ କାର୍ତ୍ତବୀର୍ଯ୍ୟଙ୍କ ପୁତ୍ର ଏ ସମ୍ୱାଦ ପାଇ ଜମଦଗ୍ନିଙ୍କ ଆଶ୍ରମକୁ ଯାଇ ଜମଦଗ୍ନିଙ୍କୁ ହତ୍ୟା କଲେ]