ଜମାଇବା
ଦେଖଣା
ଜମାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜମେଇବା—ଅନ୍ୟରୂପ)
ଦେଶଜ - କ୍ରି. (ଆରବୀ - ଜମା=ସଂହତ; ଆରବୀ - ଜମାନା; ଜମିବାର ପ୍ରୟୋଜକରୂପ)
[ସମ୍ପାଦନା]- ୧. ଜମା କରିବା; ଏକତ୍ର କରିବା —୧. To collect or heap together; to accumulate.
- ୨. ବହୁ ଲୋକଙ୍କୁ ଠୁଳ କରିବା — ୨. To cause to gather in a crowd; to bring together many people.
- ୩. ସଞ୍ଚୟ କରିବା —୩. To hoard; to store up.
(ଯଥା—ଧନଜମାଇବା)
- ୪. ତରଳ ପଦାର୍ଥକୁ ଘନ ବା ଗାଢ଼ କରିବା; ଜମାଟ କରାଇବା —୪. To congeal; to cause a liquid to coagulate or freeze.
- ୫. ଦୃଢ଼ସଂଲଗ୍ନ କରିବା; ଦୃଢ଼ରୂପେ ସ୍ଥାପନ କରିବା — ୫. To settle firmly; to cause to be steadily or firmly rooted or established; to establish a thing firmly; to secure tightly; to attach firmly.
(ଯଥା—ଆସନ ଜମାଇ କରି ଘୋଡ଼ାପିଠିରେ ବସିବା)
- ୬. ଗାଢ଼ାଲିଙ୍ଗନ କରିବା —୬. To embrace.
ବାରିଜାକ୍ଷି କ୍ଷୀଜସ୍ତବନ ଆଜକ ଜମାରେ—କବିସୂର୍ଯ୍ୟ. ସଙ୍ଗୀତ
- ୭. କାଠ ପଟା ଆଦିର ସର୍ବାବୟବରେ ଭାର ଚାପି ତାକୁ ସମତୁଲ କରିବା; ନୂଆ ତୁଳା ପୂରା ଯାଇଥିବା ଶେଯ ବା ଗଦି ଉପରେ ପଥର ଆଦି ରଖି ତାକୁ ବସାଇବା — ୭. To cause wooden plank etc to set firmly or uniformly by applying pressure at every point.
- ୮. ଯାତ୍ରାନାଟ ଆଦିକୁ ବହୁଲୋକ ଆକୃଷ୍ଟ ହେବା ପ୍ରକାରେ ଲୋକଚିତ୍ତାକର୍ଷକ ସୁଆଙ୍ଗ ଆଦି କାଢ଼ିବା; ଜୁମାଇବା — ୮. To take proper means to attract a big crowd to a show or performance (by exhibiting popular performances).
ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ତୁଳ. ଏହି ଅର୍ଥରେ ହିନ୍ଦୀ - ଜମାନା)
[ସମ୍ପାଦନା]ଦହି ବସାଇବା; ଦୁଧରେ ମହି ପକାଇ ବସାଦହି କରିବା — To make curd by mixing sour whey with milk; to curdle milk.