Jump to content

ଜମିବା

ଉଇକିଅଭିଧାନ‌ରୁ

ଜମିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଆରବୀ - ଜମନା)

[ସମ୍ପାଦନା]
୧. ଠୁଳ ହେବା; ଏକତ୍ର ହେବା — ୧. To be collected together.

ନିଦାରୋ ଲୁଳିଲା ନବୀନ ମଞ୍ଜରୀ ପରି ଜମି ମୋର ଭରରେ କବିସୂର୍ଯ୍ୟ. ସଙ୍ଗୀତ


୨. (ଧନ) ଗଚ୍ଛିତ ହେବା; ଜମା ହେବା — ୨. (riches) To be hoarded up.
୩. ବୃଦ୍ଧି ପାଇବା —୩. To be increased.
୪. (ଜଳୀୟ ବସ୍ତୁ) ଘନ ବସ୍ତୁରେ ପରିଣତ ହେବା; ଘନାଭୂତ ହେବା —୪. To solidity; to become thick; to congeal (said of liquids).

(ଯଥା—ପାଣି ଜମି ବରଫ ହୁଏ)

୫. ସ୍ତର ବାନ୍ଧିବା ବା ସ୍ଥିର ଭାବରେ ବସିଯିବା — ୫. To be deposited in layers.

(ଯଥା—ନଈର ପଟୁ ଜମିଲା)

୬. ସ୍ଥିର ବା ନିଶ୍ଚଳ ହେବା —୬. To be still.

ରହନ୍ତୁ କି ଲାଜ କ୍ରୋଧେ ଜମି ଆଜ, ଭୂଜେ ଭିଡ଼ି ଦେବା ମାତ୍ରେ କବିସୂର୍ଯ୍ୟ. ସଙ୍ଗୀତ

୭. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୭. To be engrosed.

ମନ ଜମି ଯା, ସିନ୍ଧୁଜେମା ପ୍ରାଣ ଧନେ କବିସୂର୍ଯ୍ୟ. ସଙ୍ଗୀତ

୮. (ଲକ୍ଷଣାର୍ଥ) ଜମାଟ ଧରିବା; ଘମାଘୋଟ ହେବା — ୮. (figurative) To thicken.

ଅତି ଅଦ୍ଭୁତ ଭାବେ ଜମେ ସମର ମଧୁସୂଦନ. ଉତ୍ତରରାମଚରିତ

୯. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବୈଷୟିକ ଅବସ୍ଥା ବିଭବ— ଶାଳୀ ହେବା —୯. (figurative) To become affluent in circumstances.

(ଯଥା—ପୁଅ ବଡ଼ ଚାକିରି କରିବାକୁ ତାଙ୍କ ଘରଟି ବର୍ତ୍ତମାନ ଖୁବ୍ ଜମିଲାଣି)

[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଅସମାପିକା ରୂପ ସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୋଗ ହେଲେ ଏଥିର ଅର୍ଥ—ଜମିବାକୁ ଆରମ୍ଭ କରିବା]