Jump to content

ଜମ୍ୱୁଦ୍ୱୀପ

ଉଇକିଅଭିଧାନ‌ରୁ

ଜମ୍ୱୁଦ୍ୱୀପ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jambu-dwīpa
  • ଆଇ.ପି.ଏ. — ɟˈɔ mˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˈɔʃʃoˌukaɾ dˈɔ hˈʌlˈʌntɔ lˈetəbˈiːʃˈatoˈekˈo dˈiːɾɡʰikˌaɾ pˈɔ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ହିନ୍ଦୁପୁରାଣମତରେ ପୃଥିବୀର ୭ ଦ୍ୱୀପରୁ ଏକତମ ଦ୍ୱୀପ —India of the ancient Hindus considered and described as one of the seven islands of the earth.

[ଦ୍ରଷ୍ଟବ୍ୟ —କାହାରି କାହାରି ମତରେ ସମଗ୍ର ଆସିୟା ମହାଦେଶ ଜମ୍ୱୁଦ୍ୱୀପର ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ ହିନ୍ଦୁମାନଙ୍କ ନିତ୍ୟନୈମିତ୍ତିକ ଧର୍ମାନୁଷ୍ଠାନର ସଂକଳ୍ପରେ 'ଜମ୍ୱୁଦ୍ୱୀପ' ଶବ୍ଦ ଚଳୁଅଛି ଓ ପ୍ରଚଳିତ କଥାରେ 'ମଧ୍ୟ ଜମବୁଦ୍ୱୀପରେ ଏପରି ପିଲା ନାହିଁ' ବାକ୍ୟ ବ୍ୟବହୃତ ହେଉଅଛି ପ୍ରାଚୀନ ହିନ୍ଦୁ ପୁରାଣ ଲେଖକମାନଙ୍କ ମତରେ ପୃଥିବୀ ତିନିକୋଣିଆଁ, ତହିଁରେ ୭ ଗୋଟି ଦ୍ୱୀପ, ତହିଁ ମଧ୍ୟରୁ ଗୋଟିଏ ଜମ୍ୱୁ— ଦ୍ୱୀପ ନୀଳପର୍ବତର ଦକ୍ଷିଣ ଓ ନିଷିଧ ପର୍ବତର ଉତ୍ତରରେ ଅବସ୍ଥିତ ସୁଦର୍ଶନ ନାମକ ଜମ୍ୱୁ ବୃକ୍ଷରୁ ଏ ଦ୍ୱୀପର ନାମକରଣ ହୋଇଥିଲା ଭାରତବର୍ଷ ଏହି ଜମ୍ୱୁଦ୍ୱୀପର ଗୋଟିଏ ବର୍ଷ ବା ଖଣ୍ଡ ଥିବାର କଥିତ ଅଛି ଜମ୍ୱୁଦ୍ୱୀପ ପରି ୭ ଗୋଟି ଦ୍ୱୀପ ମେରୁ ପର୍ବତର ଚାରି ପାଖରେ ଅବସ୍ଥିତ]