Jump to content

ଜରଜର

ଉଇକିଅଭିଧାନ‌ରୁ

ଜରଜର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷଣ - (ସଂସ୍କୃତ - ଜର୍ଜର)

[ସମ୍ପାଦନା]
୧. ଅଭିଭୂତ; ଆକ୍ରାନ୍ତ; ଜର୍ଜରିତ; ସନ୍ତପ୍ତ —୧. Attacked; overwhelmed (with grief, anger, cold tc.)

ଜରଜର ନିଦାରୁଣ ଶୀତେ ରାଧାନାଥ. ମହାଯାତ୍ରା

୨. ଲିପ୍ତ; ସରସର (ତେଲଆଦି ଦେହରୁ ବୋହି ପଡ଼ିଥିବା ପ୍ରକାରେ ବୋଳି ହୋଇଁ ଥିବା) —୧. Suffused; anointed with too much oil etc; with too much oil or water over the body; smeared with.

ଅତି କୋମଳ ଦେହ ମୋର ଦେଖ ଝାଳେ ଜରଜର ଭୂପତି, ପ୍ରେମପଞ୍ଚାମୃତ

୩. ଜରାଗ୍ରସ୍ତ —୩. Very old; decrepit.

ଏ ଅତି ବୃଦ୍ଧ ଜରଜର ବାତେ କମ୍ପଇ ତା ଶରୀର ଜଗନ୍ନାଥ. ଭାଗବତ

ବିଶେଷ୍ୟ -

[ସମ୍ପାଦନା]

ଜ୍ୱର ହେଲାପରି ବୋଧ ହେବା —Feverishness.