Jump to content

ଜରା

ଉଇକିଅଭିଧାନ‌ରୁ

ଜରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜୃ ଧାତୁ+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବାର୍ଦ୍ଧକ୍ୟ; ବୃଦ୍ଧାବସ୍ଥା —୧. Old age.
୨. ଅତି ବୃଦ୍ଧାବସ୍ଥା — ୨. Extreme old age; decrepitude.
୩. ରାକ୍ଷସୀବିଶେଷ — ୩. The name of a demoness.

[ ଦ୍ର—ଜନ୍ମରୁ ଦୁଇ ଫାଳ ହୋଇଥିବା ଶିଶୁ ଜରାସନ୍ଧକୁ ଏ ଯୋଡ଼ିଥିଲା ଜରା ରାକ୍ଷସୀଦ୍ୱାରା ଯୋଡ଼ା ହୋଇଥିବାରୁ ଜରାସନ୍ଧର ନାମକରଣ ହେଲା ଏ ମଗଧ ଦେଶର ଗୃହଦେବୀ ଥିଲା— ହିନ୍ଦୀ - ଶବ୍ଦସାଗର ]

୪. ଷଷ୍ଠୀ ଦେବୀ; ଷଠୀ ଦୁଗେଈ —୪. The Goddess presiding over the well-being of infants.
୫. ପୁରାଣ ଅନୁସାରେ କାଳର ଏକ କନ୍ୟାର ନାମ; ବିଖସା (ହିନ୍ଦୀ - ଶବ୍ଦସାଗର) —୫. Name of a mythological daughter of Kāḻa.
୬. କ୍ଷୀରକୋଳି ଗଛ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୬. Kshīrakoḻi tree (See)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ)

[ସମ୍ପାଦନା]

ଭାଗବତୋକ୍ତ ବ୍ୟାଧ; ଜରାଶବର (ଦେଖ) - Jarā ṡabara (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୃ ଧାତୁ)

[ସମ୍ପାଦନା]
୧. ଜରିବା; ଜୀର୍ଣ୍ଣ ହେବା; ପରି— ପାକ ହେବା —୧. Digestion of food.
୨. ତୈଳାଦିରୁ ମିଶ୍ରିତ ଜଳୀୟାଂଶ ଅଗ୍ନି ଉତ୍ତାପରେ ଦୂର ହେବା —୧. Disappearance of the water from oil or ghee by heat.
୩. ମିଶା ଯିବା ଲୁଣ ଆଦି କୌଣସି ବସ୍ତୁରେ ଉତ୍ତମରୂପେ ମିଶିଯିବା —୩. Absorption of salt by a substance.


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଆଁ ଉପରେ ଫୁଟାଯାଇ ପାଣି ମରି ଥିବା. (ତୈଳାଦି) —୧. (oil) From which water has been dried out by heating.
୨. ଜାରିତ —୨. Purified.

(ଯଥା—ଜରା ଶୋରା, ଜରା ଲୁଣ)