Jump to content

ଜରାସନ୍ଧ

ଉଇକିଅଭିଧାନ‌ରୁ

ଜରାସନ୍ଧ

ଉଚ୍ଚାରଣ

[ସମ୍ପାଦନା]

ଜରାକୁମାର, ଜରାପୃଷ୍ଟ, ଜରାୟୂଣି, ଜରାସୁତଅନ୍ୟରୂପ

ସଂସ୍କୃତ - ବି, (ନାମ) (ଜରା ନାମକ ରାକ୍ଷସୀଦ୍ୱାରା ସନ୍ଧ=ଯୋଜିତ; ଏ ଜନ୍ମ ହେଲା କେବଳ ଦୁଇ ମାତାଙ୍କ ଗର୍ଭରୁ ଦୁଇଫାଳ ହୋଇ ଜନ୍ମ ହୋଇଥିଲେ, ଜରା ନାମକ ରାକ୍ଷସୀ ଏହାଙ୍କୁ ଯୋଡ଼ି ଦେବାରୁ ଏ ବଞ୍ଚି ପୂର୍ଣ୍ଣୟତା ପ୍ରାପ୍ତ ହେଇଥିଲେ)

[ସମ୍ପାଦନା]

ମଗଧ ଦେଶର ରାଜା; ଚନ୍ଦ୍ର୍ ବଂଶୀୟ ରାଜା ବୃହଦ୍ରଥଙ୍କ ପୁତ୍ର — A king of Magadha; the son or Bṛuhadratha killed by Bhīma.

ଦନ୍ତ ବିକଟ ମହାମନ୍ଦ କାଳଦମନ ଜରାସନ୍ଧ ଭୂପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —କଂସ ଏହାଙ୍କ ଜାମାତା ଥିଲେ କୃଷ୍ଣ କଂସକୁ ବଧ କରି ଅଛନ୍ତି, ଏହା ଶୁଣି ଏ ସୈନ୍ୟ ସାମନ୍ତ ସହ ୧୮: ଥର ମଥୁରା ଆକ୍ରମଣ କରି ପରାସ୍ତ ହୋଇ ପଳାଇ ଯାଇଥେଲେ ଏ ବହୁ ସହସ୍ର ରାଜାଙ୍କୁ ଧରି ଆଣି ବନ୍ଦି କରି ରଖିଥିଲେ ଯୁଧିଷ୍ଠିର ରାଜସୂୟ ଯଜ୍ଞ କଲାବେଳେ ରାଜାମାନଙ୍କୁ ମୁକୁଳାଇ ଦେବାକୁ ଏହାଙ୍କୁ ଅନୁରୋଧ କରିବାରୁ ଏ ଅସ୍ୱୀକାର କଲେ ଏଥିରେ ଭୀମ ତାହାଙ୍କୁ ଦ୍ୱନ୍ଦ ଯୁଦ୍ଧ କରିବାକୁ ଆହ୍ୱାନ କରିବାରୁ ଏ ଭୟରେ ଯାଇ ଆପଣା ରାଜଧାନୀ ଗିରିବ୍ରଜସ୍ଥ ଆପଣାର ଅନ୍ତଃପୁର ମଧ୍ୟରେ ଲୁଚି ରହିଲେ ଏହାଙ୍କ ସିଂହଦ୍ୱାରରେ ଗୋଟିଏ ଗଧ ବନ୍ଧା ଥାଏ କୌଣସି ଶତ୍ରୁ ଆସିଲେ ସେ ଗଧ ବୋବାଳି ଛାଡ଼ି ଜରାସନ୍ଧଙ୍କୁ ଶତ୍ରୁର ଆଗମନ ଜଣାଇ ଦିଏ ଓ ଶତ୍ରୁମାନେ ତାଙ୍କୁ ମାରି ନପାରି ଫେରି ଯାଆନ୍ତି ଶ୍ରୀକୃଷ୍ଣ ଏହା ଜାଣି ଅର୍ଜୁନ ଓ ଭୀମଙ୍କ ସଙ୍ଗରେ ଛଦ୍ମବେଶରେ ଯାଇ ସେ ଗଧକୁ ପ୍ରାର୍ଥନା କରି ତା ମୁଁହରେ ଗୋଟିଏ ଶଙ୍ଖ ପୂରାଇ ଦେଲେ (ଏଣୁ କଥିତ ଅଛି ଯେ କାମ ପଡ଼ିଲା ବେଳେ ପ୍ରଭୁ ଗଧ ପାଦ ଧରିଥିଲେ) ଭୀମଙ୍କ ଆଗମନ ସମୟରେ ଗଧ ରଡ଼ି କରିବାକୁ ତାହା ଗଧ ରଡ଼ି ପରି ନ ଶୁଭି ଶଙ୍ଖଧ୍ୱନି ପରି ଶୁଭିଲା ଓ ଜରାସନ୍ଧ ସତର୍କ ହୋଇ ନପାରି ଅନ୍ତଃପୁରରୁ ବାହାରି ଆସିଲେ ଓ ଭୀମ ଦ୍ୱନ୍ଦ ଯୁଦ୍ଧରେ ତାହାଙ୍କୁ ବଧ କଲେ]