ଜଳଜଳ
ଦେଖଣା
ଜଳଜଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ସଂସ୍କୃତ - ଜଳ)
[ସମ୍ପାଦନା]- ୧. ଜଳପୂର୍ଣ୍ଣ; ପାଣି ସରସର — ୧. Watery; overflowing with water; from which water in dropping.
- ୨. (ସଂସ୍କୃତ - ଜାଜ୍ୱଲ୍ୟ) ଉପରେ ଜଳ ବୋଳା ହେଲା ଭଳି ଉଜ୍ଜ୍ୱଳ ଦେଖାଯିବା; ଚକଚକିଆ — ୨. Glittering sparking; shinning; lustrous; glaring; glowing;
- ୩. ନିର୍ନିମେଷ (ଦୃଷ୍ଟି) —୩. Without closing the eyelids; starting (look).
- ୪. ଜଳବହୁଳ (ଯଥା—ଆଖୁ) —୪. Filled or brimming with water (e.g. sugarcane).
- ୫. (ସଂସ୍କୃତ - ଜର୍ଜର) ତେଲିଆ; ମସୃଣ — ୫. Oily; smooth.
- ୬. ବହୁ ଛିଦ୍ରଯୁକ୍ତ (ଯଥା—ହାଣ୍ଡି) — ୬. Having many pores; porous.
କ୍ରି.ବିଶେଷଣ -
[ସମ୍ପାଦନା]ଏକ ଦୃଷ୍ଟିରେ; ନିର୍ନିମେଷ ନୟନରେ (ଚାହିଁ ରହିବା); ଭକ ଭକ ହୋଇ — Staringly.
ଦୁଇ ଆଖି ଦେଶରେ ଲଗାଇ କଜ୍ଜଳ, ଚାହୁଁଛି ସବୁର ମୁଖକୁ ଜଳଜଳ କୃଷ୍ଣସିଂହ. ମହାଭାରତ. ଅନୁଶାସନ
(ଫଳଫଳ—ବିପରୀତ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳବହୁଳ)
[ସମ୍ପାଦନା]ମାଛ ଆଦି ରନ୍ଧା ହୋଇଥିବା ତରକାରୀ ଜଳୀୟ ଅଂଶ — The watery portion or soup of a curry.
ତୁ ଖାଉଥା ଫଳ ଫଳ, ମତେ ଦଉଥା ଜଳଜଲ— ଢଗ