Jump to content

ଜଳନ୍ଧର

ଉଇକିଅଭିଧାନ‌ରୁ

ଜଳନ୍ଧର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଜଳଂ=ଜଳକୁ+ଧୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଅସୁରବିଶେଷ —୧. Name of Demon.

[ଦ୍ରଷ୍ଟବ୍ୟ —ଏ ଶିବଙ୍କ କୋପାଗ୍ନିରୁ ସମୁଦ୍ରରେ ଜନ୍ମିଥିଲା ଏ ଜନ୍ମ ହେଲାକ୍ଷଣି ଏପରି କାନ୍ଦିଲା ଯେ ତହିଁରେ ଦେବତାମାନେ ବ୍ୟଥିତ ହୋଇ ସମୁଦ୍ରକୁ ପଚାରିବାରୁ ଏ ମୋ ପୁତ୍ର ବୋଲି ସମୁଦ୍ର କହି ଏହାକୁ ପାଳିବାକୁ ବ୍ରହ୍ମାଙ୍କୁ ଅନୁରୋଧ କରିବାରୁ ବ୍ରହ୍ମା ଏହାକୁ କୋଳରେ ନେଲେ; ଏ ବ୍ରହ୍ମାଙ୍କ ଦାଢ଼ୀକୁ ଜୋର୍ରେ ଟାଣିବାରୁ ବ୍ରହ୍ମାଙ୍କ ଆଖିରୁ ପାଣି ଗଡ଼ିଲା ଏଥି ପାଇଁ ଏହାର ନାମ ଜଳନ୍ଧର ହେଲା ଏବଡ଼ ହୋଇ ଅମରାବତୀ ଅଧିକାର କରିବାରୁ ଇନ୍ଦ୍ରଙ୍କପକ୍ଷରୁ ଶିବ ଏହା ସଙ୍ଗେ ଯୁଦ୍ଧ କଲେ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ଏହାର ସ୍ତ୍ରୀ ବୃନ୍ଦା (କାଳନେମିର କନ୍ୟା) ବ୍ରହ୍ମାଙ୍କ ପୂଜା କଲା ଓ ଏଥିଯୋଗୁଁ ଶିବ ତାକୁ ପରାସ୍ତ କରିପାରିଲେ ନାହିଁ ବିଷ୍ଣୁ କୂଟକରି ବୃନ୍ଦା ନିକଟକୁ ଯିବାରୁ ବୃନ୍ଦା ତାଙ୍କୁ ଦେଖି ପୂଜା ବନ୍ଦ କଲା ଓ ଇତ୍ୟବସରରେ ଜଳନ୍ଧର ଯୁଦ୍ଧରେ ପ୍ରାଣ ହରାଇଲା ବୃନ୍ଦା ଏହା ସଙ୍ଗେ ସହମରଣ ଲଭିଲା ଓ ପରଜନ୍ମରେ ତୁଳସୀ ରୂପ ଧାରଣ କରି ସର୍ବତ୍ର ପୂଜା ପାଉଅଛି ହିନ୍ଦୀ - ଶବ୍ଦସାଗର]

୨. ପର୍ବତ —୨. Mountain.
୩. ଉତ୍ତରପଶ୍ଚିମ ଭାରତର ତୀର୍ଥବିଶେଷ — ୩. Name of a holy place of pilgrimage in N.W. India.
୪. ପଞ୍ଜାବ ପ୍ରଦେଶସ୍ଥ ନଗରବିଶେଷ — ୪. Jalandar; a town in the Panjab.