ଜଳହସ୍ତୀ
ଦେଖଣା
ଜଳହସ୍ତୀ
ଉଚ୍ଚାରଣ
[ସମ୍ପାଦନା](ଜଳହସ୍ତିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ହସ୍ତିସଦୃଶ କ୍ଷୁଦ୍ରାୟତନ ବିଶିଷ୍ଟ ଜଳଜନ୍ତୁବିଶେଷ — A sea elephant; the hippopotamus.
[ଦ୍ରଷ୍ଟବ୍ୟ —ଏମାନେ ସୀଲ୍ଜାତୀୟ ଓ ସ୍ତନପାୟୀ ଏମାନେ ଲମ୍ୱରେ ୧୫: ହାତ ପର୍ଯ୍ୟନ୍ତ ଓ ଉଚ୍ଚରେ ୩ ହାତ ପର୍ଯ୍ୟନ୍ତ ବଢ଼ନ୍ତି; ଏମାନଙ୍କ ଚମଡ଼ା କଳା, ମୋଟ, ମସୃଣ ଓ ଲୋମହୀନ; ମୁହ ଉପର ପାଖେ ୧୬: ଓ ତଳପାଖେ ୧୪: ଦାନ୍ତ ଥାଏ ଏମାନେ ଦକ୍ଷିଣ ମହାସାଗର, ଭୁମଧ୍ୟସାଗର ଓ ନୀଳନଦୀରେ ଦେଖା ଯାଆନ୍ତି ୧୫୨: ମାଈଙ୍କ ଦଳରେ ଗୋଟିଏ ଅଣ୍ଡିରା ଜଳହସ୍ତୀ ଥାଏ ଅଣ୍ଡିରା ଜଳହସ୍ତୀର ଉପର ଓଠ ହାତିଶୁଣ୍ଢ ପରି ଅଧଫୁଟେ ଆଗକୁ ବାହାରି ଥାଏ ଏମାନେ ସମୁଦ୍ରର ଉଦ୍ଭିଦଆଦି ଖାଆନ୍ତି ଏହାର ମାଂସକଳା ଓ ବହୁତ ଚରବୀମିଶା ଥିବାରୁ ଅଖାଦ୍ୟ
ଏହାର ଚର୍ବିରେ ମହମବତୀ ତିଆରି ହୁଏ ପାଳିଲେ ଏ ପୋଷ— ମାନିବାର ଦେଖା ଅଛି—ହିନ୍ଦୀ - ଶବ୍ଦସାଗର]