Jump to content

ଜହର

ଉଇକିଅଭିଧାନ‌ରୁ

ଜହର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜହର୍; ତୁଳ. ସଂସ୍କୃତ - ଗରଳ)

[ସମ୍ପାଦନା]
୧. ବିଷ; ଗରଳ —୧. Poison.
୨. ପ୍ରାଣନାଶକ ବିଷ —୨. Fatal poison.

ଘଟନା ବିରହରେ ଅବଶ୍ୟତ ଜହରେ ତୋ ଘେନି ଆତ୍ମଘାତୀ ହୋଇଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଘ ଗୀତ

୩. (ଫାରାସୀ - ଜହ୍ୱର୍) ବହୁ ମୂଲ୍ୟ ଚକଚକିଆ କ୍ଷୁଦ୍ର ପ୍ରସ୍ତରଖଣ୍ଡ; ରତ୍ନ; ମଣି —୩. Gem; precious stone.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜପୁତାନାର ସ୍ତ୍ରୀମାନେ ନିଜନିଜର ସ୍ୱାମୀଙ୍କ ମୃତ୍ୟୁ ପରେ ଯେଉଁ ଅଗ୍ନିକୁଣ୍ଡରେ ପଶି ନିଜର ସତୀତ୍ୱ ରକ୍ଷା କରୁଥିଲେ —Self-immolation by Rajput women by throwing themselves into.

blazing fire to save themselves from outrage by Mahomedan conquerers.

ପ୍ରାଦେଶିକ - (ଗଞ୍ଜାମ; ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଯଥେଷ୍ଟ; ପର୍ଯ୍ୟାପ୍ତ — Sufficient; enough.