ଜହ୍ନିଫୁଲ
ଦେଖଣା
ଜହ୍ନିଫୁଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜହ୍ନିଫୁଲ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜହ୍ନି ଲତାର ଶୁଭ୍ର ହରିଦ୍ୱର୍ଣ୍ଣ ଫୁଲ — The bright yellow flower of the 'jahni' creeper.
[ଦ୍ରଷ୍ଟବ୍ୟ —ପିଲାମାନେ ସନ୍ଧ୍ୟା ବେଳେ ଗୁଡ଼ିଏ ଜହ୍ନିଫୁଲ ତୋଳି ସେ ଫୁଲତକ ଧରି ପ୍ରତିବେଶୀମାନଙ୍କ ଦ୍ୱାର ଦ୍ୱାର ବୁଲି 'ଜହ୍ନିଫୁଲ ଠୋଓଠା ! ଚୁଟିଆ ମୂଷା କହିଯାଇଛି ଚାଉଳ ମୁଠିଏ ରଖିଥା' ଏହି ଗୀତ ବଲି ମୁଠିଏ ମୁଠିଏ ଚାଉଳ ସଂଗ୍ରହ କରି ସେଗୁଡ଼ିକର ବିନିମୟରେ ଭୁଜା ବିଣନ୍ତି ଓ 'ଜହ୍ନି ଜହ୍ନି ଆଞ୍ଜୁଳ ନିତି ପଡ଼େ ତିନି ଆଞ୍ଜୁଳି' ଇତ୍ୟାଦି ଗୀତ ବୋଲି ଆଞ୍ଜୁଳାରେ ସଂଗୃହୀତ ଜହ୍ନି ଫୁଲକୁ ଚାଳକୁ ପକାନ୍ତି
ଶୁଭ୍ର ଚନ୍ଦ୍ରକିରଣକୁ ମଧ୍ୟ ଜହ୍ନି ଫୁଲ ସଙ୍ଗେ ତୁଳନା କରାଯାଏ ଯଥା—ଜହ୍ନିଫୁଲ ପରି ଜହ୍ନ ପଡ଼ିଛି]