ଜହ୍ନୁ
ଦେଖଣା
ଜହ୍ନୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ହା . ଧାତୁ=ତ୍ୟାଗ କରିବା+କର୍ତ୍ତୃ. ନୁ; ଯେ ଧର୍ମପାଇଁ ସଂସାର ତ୍ୟାଗ କରିଥିଲେ)
[ସମ୍ପାଦନା]- ୧. ସୁହୋତ୍ରଙ୍କ ପୁତ୍ର ରାଜର୍ଷି— ବିଶେଷ —୧. The name of a sage-king.
[ଦ୍ରଷ୍ଟବ୍ୟ —ତପସ୍ୟାବଳରେ ଭଗୀରଥ ଗଙ୍ଗାକୁ ସ୍ୱର୍ଗରୁ ପୃଥିବୀକୁ ଆଣିବା ବେଳେ ଗଙ୍ଗାନଦୀ ଜହ୍ନୁ ରାଜାଙ୍କ ଯଜ୍ଞଭୂମିକୁ ପ୍ଳାବିତ କରିବାରୁ ଜହ୍ନୁ କ୍ରୁଦ୍ଧ ହୋଇ ଗଙ୍ଗାକୁ ପିଇଦେଲେ ପରେ ଭଗୀରଥ ତପସ୍ୟାଦ୍ୱାରା ଏହାଙ୍କୁ ସନ୍ତୁଷ୍ଟ କରିବାରୁ ଏ ଏହାଙ୍କ ଜାନୁ (ମତାନ୍ତରରେ କାନ) ବାଟେ ଗଙ୍ଗାକୁ ବାହାର କଲେ; ଗଙ୍ଗା ବହିଯାଇ ସମୁଦ୍ରରେ ପଡ଼ିଲେ ଓ ସଗର ରାଜାଙ୍କ ପୁତ୍ରମାନଙ୍କୁ ଉଦ୍ଧାର କଲେ ଜହ୍ନୁଙ୍କଠାରୁ ଗଙ୍ଗାନଦୀ ବାହାରିଥିବରୁ ଗଙ୍ଗାଙ୍କର ଗୋଟିଏ ନାମ ଜାହ୍ନବୀ]