Jump to content

ଜାଗର

ଉଇକିଅଭିଧାନ‌ରୁ

ଜାଗର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜାଗୃ ଧାତୁ=ନିଦ ଭାଙ୍ଗିବା; ଚେଇଁବା; ନିଦରୁ ଉଠିବା+ଭାବ. ଅ)

[ସମ୍ପାଦନା]
୧. ଚେଇଁବା; ଅନିଦ୍ରା; ଜାଗରଣ —୧. Wakefulness.

ସରି ଯିବୁଟି ରଜନୀ ନାଗରେ—କବିସୂର୍ଯ୍ୟ. ସଙ୍ଗୀତ

୨. ନିଦରୁ ଉଠିବା; ନିଦ୍ରାଭଙ୍ଗ — ୨. Waking from sleep.
୩. ସତର୍କତା —୩. Watchfulness; Vigilance.
୪. ମନର ଯେଉଁ ଅବସ୍ଥାରେ ମନୋବୃତ୍ତିମାନ ଜାଗ୍ରତ ଥାଏ —୪. The state of mind in which one is vigilant.
୫. ପାଗୁଳି —୫. The cud.
୬. କବଚ (ହିନ୍ଦୀ - ଶବ୍ଦସାଗର) —୬. Coat of mail.

ଦେଶଜ - ବିଶେଷଣ -

[ସମ୍ପାଦନା]

ଉନ୍ନିଦ୍ର — Vigilant; watchful.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଗରଣ)

[ସମ୍ପାଦନା]
୧. ଶିବରାତ୍ରୀ ଉତ୍ସବ ବା ଯାତ୍ରା; ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ — ୧. The festival of Ṡibarātrī.
୨. ଯେଉଁ ପ୍ରଦୀପ ଦେବତାଙ୍କ ମନ୍ଦିରରେ ଦିବାନିଶି ଜଳୁ ଥାଏ —୨. Lamp Kept burning day and night before a Deity.

ଦେଉଳ ଭିତରେ ଯଇଁ ଜାଗର ଦେଇ ଯେ—ଭଞ୍ଜ. ଲାବଣ୍ୟବତୀ

୩. ଯେଉଁ ଦୀପ ଶିବରାତ୍ରି ଦିନ ଅର୍ଦ୍ଧରାତ୍ରରେ ଶିବମନ୍ଦିରର ଚୂଡ଼ାକୁ ଉଠାଯାଏ ୩. The lamp or light which is lifted to the top of the temple of God Ṡiba on the Ṡibarātri night.