Jump to content

ଜାଗିବା

ଉଇକିଅଭିଧାନ‌ରୁ

ଜାଗିବା

ଉଚ୍ଚାରଣ

[ସମ୍ପାଦନା]

(ଜଗେଇବା—ଣିଜନ୍ତ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗାଗୃ ଧାତୁ)

[ସମ୍ପାଦନା]
୧. ଚେଇଁବା; ନିଦ୍ରାରହିତ ହେବା — ୧. To keep awake; to watch up.
୨. ନିଦରୁ ଉଠିବା — ୨. To rise from up sleep; to wake up.

ଜାଗି କାନ୍ଦିଲୁ ଦିନେ କାତର ସ୍ୱରେ ରାଧାନାଥ. ମେଘଦୂତ

୩. ସତର୍କ ରହିବା —୩. To be on the alert.
୪. ନିଜର ଉନ୍ନତି କରିବାକୁ ଚେଷ୍ଟା କରିବା — ୪. To exert for self-improvement.

ସେ ଜାତି ଜାଗିଲେ ଜଗତେ ତାହାଙ୍କୁ କାହିଁ କିସ କେତେ ମାତ୍ରା ଭିକାରୀ. ଗୀତଲହରୀ

୫. (ଲକ୍ଷଣାର୍ଥ) ଆଳସ୍ୟ ବା ଜଡ଼ତା ବା ନିରୁତ୍ସାହ ପରିତ୍ୟାଗ ପୂର୍ବକ ଉଦ୍ୟମ କରିବା ବା ଚଞ୍ଚଳ ହେବା — ୫. To throw off idleness and be active.
୬. (ଅଗ୍ନି) ଜଳି ଉଠିବା — ୬. (fire) To burn; to blaze lup.
୭. (ସକର୍ମକ) ନିଆଁ ଯେପରି ଲିଭି ନ ଯାଏ ସେପରି କରି ନିଆଁକୁ ଜଳାଇ ରଖିବା —୭. To keep a fire burning.
୮. ସତେଜ ହେବା —୮. To brighten up.
୯. ସମୃଦ୍ଧ ହେବା —୯. To prosper.