ଜାଙ୍ଗଳ
ଦେଖଣା
ଜାଙ୍ଗଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଜଙ୍ଗଳ+ଅ)
[ସମ୍ପାଦନା]- ୧. ହରିଣାଦି ବନ୍ୟପଶୁ — ୧. Wild beasts.
- ୨. ଜଳହୀନ ଦେଶ —୨. Waterless country.
[ଦ୍ରଷ୍ଟବ୍ୟ —ଯେଉଁ ଦେଶରେ ବର୍ଷାର ପରିମାଣ ଅତି କମ୍, ଖରା ଓ ଗରମ ଅତି ବେଶି, ବହୁତ ଗଛ ଓ ଘାସ ଆଦି ନ ଥାଏ ଏବଂ କଣ୍ଟା ଗୁଳ୍ମ ଆଦି ଥାଏ ଓ ହରିଣ ଆଦି ପଶୁ ରହନ୍ତି ତାକୁ ଜାଙ୍ଗଳ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର]
- ୩. ଲହଲାଙ୍ଗଳିଆ ନାମକ ବିଷବୃକ୍ଷ — ୩. Gloriosa Superba; Methonica Superba (M.W.); Hyodrolea Zeylancia (Kirtikar).
ଘୋର ଘୋର ଜାଙ୍ଗଳ, ଗରଳ ତୁଲେ ତାହା ପିଇଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଘ—ଗୀତ
- ୪. ତୀତ୍ତର ପକ୍ଷୀ (ହିନ୍ଦୀ - ଶବ୍ଦସାଗର) — ୪. Partridge (bird).
- ୪. ମାଂସ —୫. Flesh; ment.
- ୬. ଜାଙ୍ଗଳ ଦେଶରେ ମିଳୁଥିବା ହରିଣ ଆଦି ଜନ୍ତୁ (ହିନ୍ଦୀ - ଶବ୍ଦସାଗର) —୬. Animals found in waterless tracts.
[ଦ୍ରଷ୍ଟବ୍ୟ —ଏମାନେଙ୍କ ମାଂସ ମଧୁର, ରୁକ୍ଷ, ଲଘୁ, ଦୀପକ, ରୁଚି— କାରକ ଓ ଶୀତଳ ଏହା ଶ୍ଳୀପଦ, ପ୍ରମେହ, ଗଣ୍ଡମାଳ ଆଦି ରୋଗୀର ଖାଦ୍ୟ—ହିନ୍ଦୀ - ଶବ୍ଦସାଗର]
ବିଶେଷଣ -
[ସମ୍ପାଦନା]- ୧. ବନ୍ୟ; ବଚନର —୧. Wild.
- ୨. ବନଜାତ —୨. Growing wild.
- ୩. ଅସଭ୍ୟ —୩. Uncivilised.
- ୪. ଅରଣ୍ୟମୟ —୪. Full of forests.
- ୫. ଜଙ୍ଗଲସମ୍ୱନ୍ଧୀୟ —୫. Relating to forests.