ଜାମ୍ୱବାନ୍
ଦେଖଣା
ଜାମ୍ୱବାନ୍
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ପୁଂ. (ଜମ୍ୱା+ବତ୍; ଜାମ୍ୱବତ୍; ୧ମା. ୧ବ; ଯାହାର ଶରୀରର ବର୍ଣ୍ଣ ଜାମୁ ପରି କଳା; କିମ୍ୱା ଜମ୍ୱ=କାଦୁଅ+ବତ୍; M.W.)—
- ୧. ଋକ୍ଷରାଜ; ରାମାୟଣ ବର୍ଣ୍ଣିତ ଭଲ୍ଲୁକରାଜ —୧. The king of bears (mentioned in the Rāmāyaṇa).
[ଦ୍ରଷ୍ଟବ୍ୟ —ଏ ବ୍ରହ୍ମାଙ୍କ ପୁତ୍ର ଓ ସୁଗ୍ରୀବଙ୍କ ମନ୍ତ୍ରୀ ଥିଲେ ଏ ବୈଦ୍ୟ— ଶାସ୍ତ୍ରରେ ବିଚକ୍ଷଣ ଥିଲେ ହନୁମାନ୍ ଗନ୍ଧମାଦନ ପର୍ବତକୁ ଲଙ୍କାକୁ ବୋହି ଆଣିବାରୁ ଏ ସେଥିରୁ ଅମରମଉଷଧି ବାଛି ଲକ୍ଷ୍ମଣଙ୍କୁ ଦେଇ ତାହାଙ୍କୁ ଶକ୍ତିଭେଦରୁ ବଞ୍ଚାଇଥିଲେ]
- ୨. ଶ୍ରୀକୃଷ୍ଣଙ୍କ ଶଶୁର; ଜାମ୍ୱବତୀଙ୍କ ପିତା — ୨. Father-in-law of Ṡrīkṛushṇa.
[ଦ୍ରଷ୍ଟବ୍ୟ —ତ୍ରେତା ଯୁଗର ରାମାୟଣବର୍ଣ୍ଣିତ ଜାମ୍ୱବାନ ଓ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ଶଶୁର ଜାମ୍ୱବାନ ଏକ ଥିବାର ପୁରାଣଦିରେ ଅଛି ଏ ସତ୍ୟ ଯୁଗରେ ବାମନାବତାର ବିଷ୍ଣୁଙ୍କ ପରିକ୍ରମା କରି ଥିବାର ମଧ୍ୟ ଲେଖାଅଛି ହିନ୍ଦୀ - ଶବ୍ଦସାଗର]