ଜାଲିଚଟୁ
ଦେଖଣା
ଜାଲିଚଟୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ ବା ଜର୍ଜରୀକ ଓ ତର୍ଦ୍ଦୁ)
[ସମ୍ପାଦନା]ଛିଦ୍ରଯୁକ୍ତ କରଚୁଲି; ନିଆଁ ଉପରେ ବସିଥିବା ଘିଅଆଦି ତରଳ ବସ୍ତୁ ପ୍ରଭୃତିରୁ ପିଠା ଇତ୍ୟାଦି ଛାଣିଆଣିବା ସକାଶେ ବ୍ୟବହୃତ ଛିଦ୍ରଯୁକ୍ତ ଚଉଡ଼ାମୁହା ଚଟୁ ବା ଅଣକ —A ladle with numerous small holes to lift cakes etc from the frying pan; a perforated iron ladle for straining cakes from boiling ghee.
ବସନ୍ତମୁହୀଁକି ଉପମା ଟୁ କାମ କାକରା ଛଙ୍କା ଜାଲିଚଟୁ ଯଦୁମଣି. ରହସ୍ୟବଚନ
[ଦ୍ରଷ୍ଟବ୍ୟ — ଏହାର ଛିଦ୍ର ବାଟେ ପିଠା ଆଦିରୁ ଘିଅ ବୋହି ପଡ଼େ; ଏହା ଉପରେ ପିଠଉ ବା ବେସନ ରଖି ଏହାକୁ ଘିଅ କରେଇ ଉପରେ ଝାଡୢଲେ ଲଡ଼ୁଦାନା, ବୁନ୍ଦିଆ ଆଦି ମିଷ୍ଟାନ୍ନ ପ୍ରସ୍ତୁତ ହୁଏ]