Jump to content

ଜାଳ

ଉଇକିଅଭିଧାନ‌ରୁ

ଜାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଳ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜୀବଜନ୍ତୁ (ଯଥା- ମାଛ, ପକ୍ଷୀ ଆଦି) ଧରିବା ନିମନ୍ତେ ପ୍ରସ୍ତୁତ ତନ୍ତୁ, ସୂତ୍ର ବା ଲୌହର ତାର ନିର୍ମିତ ଯନ୍ତ୍ରବିଶେଷ; ଫାନ୍ଦ; ଜାଲ —୧. Net; snare.
୨. ଆଖିର ତାରା ଉପରେ ପରଳ ମାଡ଼ିବା ରୋଗ — ୨. A disease of the eye in which the pupils are overspread with a net-like overgrowth.
୩. ଲତାତନ୍ତୁ; ବୁଢୀଆଣୀ ସୂତାର ଗୋଲାକାର ଫାନ୍ଦ — ୩. Spider's web.
୪. ରଥାଦିର ଆବରଣ ବା ଜାଲି ପଡ଼ିଥିବା ଘଟାଟପ — ୪. Netted covering or hood for cars etc.
୫. ଗବାକ୍ଷ ବା କ୍ଷୁଦ୍ର ଜଳଥିବା ଝରକା — ୫. Latticed window.
୬. କଳିକା; କୋରକ; କଢ଼ି —୬. Bud; blossom.
୭. ସରୁ ଜାଲିକାମ —୭. Lattice work.
୮. ସମୂଦ୍ର —୮. Multitude; collection; assemblege.
୯. ଭୋଜବାଜି; ଇନ୍ଦ୍ରଜାଲ; ଭେଲ୍କି — ୯. Magic; jugglery.
୧. ମିଥ୍ୟା; ପ୍ରବଞ୍ଚନା; ପ୍ରତାରଣା; ଛଳ; କପଟ — ୧୦. Deception; falsehood.


୧୧. ଦମ୍ଭ; ଗର୍ବ —୧୧. Pride; arrogance.
୧୨. ଅନ୍ୟକୁ ବିପଦରେ ପକାଇବା ପାଇଁ କରାଯିବା କପଟ ଉପାୟ ବା କୌଶଳ —୧୨. Stratagem or artifice to involve a person in trouble.
୧୩. ଅଭିମାନ; (ହିନ୍ଦୀ - ଶବ୍ଦସାଗର) — ୧୩. Sullen displeasure.
୧୪. ଖାର, ଗଛ ଆଦିକୁ ଜଳାଇ ସେଥିରୁ ବାହାର କରିବା ପାଉଁଶ (ହିନ୍ଦୀ - ଶବ୍ଦସାଗର) —୧୪. Ashes of vegetables.
୧୫. କଦମ୍ୱଗଛ (ହିନ୍ଦୀ - ଶବ୍ଦସାଗର) — ୧୫. Nuclea Kadamba (tree)
୧୬. ଏକପ୍ରକାର ତୋପ (ହିନ୍ଦୀ - ଶବ୍ଦସାଗର) — ୧୬. A kind of cannon.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳ ଧାତୁ)

[ସମ୍ପାଦନା]
୧. ଜାଳଣୀ କାଠ; ଇନ୍ଧନ — ୧. Fuel; fire-wood.
୨. ଅଗ୍ନିର ତାପ ବା ତେଜ —୨. Heat of fire.
୩. କୌଣସି ପଦାର୍ଥକୁ ତତାଇବା ପାଇଁ ଜାଳ ଜାଳିବା — ୩. Lighting of fuel to heat something.

ଅଗ୍ନି ଜାଳନ୍ତେ ଥମ୍ୱିଲା ରାଢ଼େଣୀ ଅନେକ ଜାଳେ ନ ତାତିଲା ପାଣି ପ୍ରତାପ. ଶଶିସେଣା

୪. ପୋଡ଼; ପୋଡ଼ିବା କ୍ରିୟା — ୪. Act of burning.

ବିଶୁଦ୍ଧ ସ୍ୱର୍ଣ୍ଣ ପିତ୍ତଳ ମିଶିଛି ଦେବେ ତା ଜାଳ ପ୍ରତିଉତ୍ତର କଲେ ଶତ୍ରୃଘ୍ନ ଭଞ୍ଜ. ବୈଦେହୀଶବିଳାସ

୫. ତାପ —୫. Heat.

ଘେନି ଘନକାଳ ମଣି ବିଦ୍ୟୁତ ଜ୍ୱାଳ ଜାଳ ଭଞ୍ଜ. ପ୍ରେମସୁଧାନିଧି