ଜାୟାଜୀବ
ଦେଖଣା
ଜାୟାଜୀବ
ଉଚ୍ଚାରଣ
[ସମ୍ପାଦନା]ଜାୟାନୁଜୀବୀ, ଜାୟାଜୀବୀ ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ଜାୟା+ଆଜୀବ; ଯେଉଁ ଲୋକ ସ୍ତ୍ରୀଦ୍ୱାରା ଜୀବିକାନିର୍ବାହ କରେ)
[ସମ୍ପାଦନା]- ୧. ବେଶ୍ୟାପତି— ଭଡ଼ୁଆ —୧. A man who hires out his wife; a cuckold.
- ୨. ନଟ —୨. An actor; a dancer.
କି ତୋ ସାହସ ଜାୟାଜୀବ ପ୍ରାୟେ କିବା ଏହାଠାରେ ଏଡ଼େ ନିର୍ଦ୍ଦୟେ ଦୀନକୃଷ୍ଣ. ରସକଲ୍ଲୋଳ
- ୩. ବକପକ୍ଷୀ —୩. The heron.
[ଦ୍ରଷ୍ଟବ୍ୟ —ପ୍ରବାଦ ଅଛି ଯେ ବଗୁଲୀ ଡିମ୍ୱ ପ୍ରସବ କଲାପରେ ବଗ ଉକ୍ତ ଡିମ୍ୱକୁ ଉଷୁମାଏ; ବଗୁଲୀ ପଦାରୁ ଚରିବାକୁ ଯାଏ ଓ ବଗକୁ ଆଣି ଅଧାର ଯୋଗାଏ]