ଜାୟିତ୍ରୀ
ଜାୟିତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାତିପତ୍ରୀ)
[ସମ୍ପାଦନା]ସୁଗନ୍ଧ ମସଲାବିଶେଷ — Mace (a spice).
[ଦ୍ରଷ୍ଟବ୍ୟ —ଜାୟିତ୍ରୀ ଜାଇଫଳର ଶସଉପରେ ଥିବା ଛାଲ ଜାଇଫଳ ଗଛ ଉଚ୍ଚରେ ୩୩୫: ହାତ ବଢ଼େ; ଏହା ମଲକା, ଜାବା, ବୋର୍ଣ୍ଣିଓ ଆଦିଦ୍ୱୀପରେ ଜନ୍ମେ ଦକ୍ଷିଣଭାରତରେ ନୀଳଗିରି ପାହାଡ଼ର କେତେକ ଅଂଶରେ ଏ ଗଛର କୃଷି କରା ଯାଉଅଛି ତଟକା ମଞ୍ଜିରୁ ଏ ଗଛ ଉତ୍ପାଦନ କରାଯାଏ ଛୋଟ ଚାରାମାନଙ୍କୁ ଖରାତେଜରୁ ରକ୍ଷା କରିବାକୁ ପଡ଼େ ଓ ଗ୍ରୀଷ୍ମଦିନେ ଏହାର ମୂଳରେ ପାଣି ଦେଇ ଚାରାଗଛକୁ ବଞ୍ଚାଇବାକୁ ହୁଏ ମଞ୍ଜିରୁ ପ୍ରଥମେ ତଳୀ ଉତାରି ଚାରା ୧ ବା ୨ ହାତ ଉଚ୍ଚ ହେଲେ ଚାରାକୁ ୧୫୨: ହାତ ଛଡ଼ାଛଡ଼ା କରି ପୋତିବାକୁ ହୁଏ ସାନ ଗଛ ମୂଳରେ ପାଣି ରହିଲେ ବା ଘାସଆଦି ଉଠିଲେ ଗଛ ମରିଯାଏ ଅଣ୍ଡିରା ଓ ମାଈ ଗଛ ପୃଥକ୍ ୮୧:ଟି ମାଈଗଛ ପରେ ଗୋଟିଏ ଅଣ୍ଡିରା ଗଛ ରୋଇବାକୁ ହୁଏ, ଯେପରିକି ଅଣ୍ଡିରାଗଛରେ ପବନ ଲାଗି ମାଈଗଛରେ ବାଜିବ ଅଣ୍ଡିରାଗଛର ଫୁଲରୁ ପରାଗ ଉଡ଼ି ମାଈଗଛର ଫୁଲରେ ପଡ଼ିଲେ ଫଳ ଧରେ ଗଛ ଲଗାଇବାର ୭ ବର୍ଷରେ ଫଳ ଫଳେ ଲାଗେଲାଗେ ୧୫: ବର୍ଷ ଏ ଗଛ ଫଳେ ଓ ପ୍ରତି ବର୍ଷ ଫଳର ସଂଖ୍ୟା ବଢ଼େ ଗୋଟିଏ ଉକୃଷ୍ଟ ଗଛରେ ବର୍ଷକେ ୨ ହଜାର ଫଳ ଫଳେ ପାଚିଲା ଫଳ ରାତିରେ ଗଛରୁ ମନକୁ ଝଡ଼ିପଡ଼େ ଫଳ ଉପରେ ନାଲିମିଶା ହଳଦିଆ ପତଳା ଛିଲିକା ଥାଏ ତାକୁ ଫଳରୁ ଛଡାଇ ନେଇ ଶୁଖାଇଲେ ତାହା ଜାୟିତ୍ରୀ ହୁଏ ଏହି ପତଳା ଛିଲିକା କାଢ଼ି ନେଲା ପରେ ଫଳ ଉପରେ ଗୋଟିଏ ଟାଣୁଆ ଚୋପା ବା ଖୋଳ ରହେ, ସେ ଖୋଳକୁ ଭାଙ୍ଗିଦେଲେ ତହିଁ ମଧ୍ୟରେ ଶଷ ଜାଇଫଳ ଏହାକୁ ଛାଇରେ ଶୁଖା ଯାଏ ଓ ଏହା ବଜାରରେ ଜାଇଫଳରୂପେ ବିକା ଯାଏ ଜାଇଫଳରୁ ଏକପ୍ରକାର ସୁଗନ୍ଧ ତେଲ ଓ ଅର୍କ ବାହାରେ ଜାୟିତ୍ରୀ ଓ ଜାୟିଫଳ ମସଲାରୂପେ ଓ ଔଷଧରେ ବ୍ୟବହୃତ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା ସଂଗ୍ରାହକ, କେଶବର୍ଦ୍ଧକ, ଶୀତଳ ଓ ରୁଚକ ]