Jump to content

ଜୀଆଇବା

ଉଇକିଅଭିଧାନ‌ରୁ

ଜୀଆଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜୀବ୍ ଧାତୁ; ଜୀଇଁ ବାର ଣିଜନ୍ତରୂପ)

[ସମ୍ପାଦନା]
୧. ବଞ୍ଚାଇବା; ଜୀବିତ କରିବା — ୧. To give life; to cause to live.
୨. ମୃତ ପ୍ରାଣୀକୁ ପୁନରୃଜ୍ଜୀବିତ କରିବା — ୨. To revive; to bring to life a dead animal.
୩. ନିର୍ଜୀବ ବସ୍ତୁକୁ ଜୀବଦାନ କରିବା — ୩. To animate a dead thing.
୪. ଶୁଖି ଯାଇଥିବା ବୃକ୍ଷାଦିକୁ ଜଳଦାନ ଓ ଯତ୍ନଦ୍ୱାରା ସଜୀବ ବା ସତେଜ କରିବା —୪. To bring a withered plant to life.
୫. ଜୀବନରେ ରଖିବା; ଜୀବିତ ପ୍ରାଣୀର ପ୍ରାଣ ନାଶ ନ କରି ତାକୁ ବଞ୍ଚାଇ ରଖିବା ବା ରକ୍ଷା କରିବା — ୫. To preserve the life of a living being; to prevent the death of a living being.
୬. କୌଣସି ଜୀବକୁ ପୋଷିବା; ରଖିବା; ପାଳିବା — ୬. To maintain or domesticate an animals.
୭. ଔଷଧାଦି ପ୍ରୟୋଗଦ୍ୱାରା ରୋଗୀକୁ ଜୀବିତ ରଖିବା — ୭. To keep a patient alive by medical appliances.