ଜୀଉ ଆଣିବା
ଜୀଉ ଆଣିବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଜୀବନ)
[ସମ୍ପାଦନା]ମୃତ ବ୍ୟକ୍ତିର ଆତ୍ମା ପରଲୋକରେ କିପରି ଚଳୁଅଛି ତାହା ଜାଣିବା ପାଇଁ ଅବଲମ୍ୱନ ପ୍ରଥାବିଶେଷ — A custom to ascertain, by the use of charms. the condition of the sprite of a dead person after death.
[ଦ୍ରଷ୍ଟବ୍ୟ —ଏହି ପ୍ରଥା ଅନାର୍ଯ୍ୟ 'ଗଣ୍ଡ' ଜାତି ମଧ୍ୟରେ ପ୍ରଚଳିତ ମୃତ ବ୍ୟକ୍ତିର ପୁତ୍ର, କନ୍ୟା ବା ସ୍ୱଜନମାନେ ଦଶାହ ରାତ୍ରିରେ ଗୋଟିଏ ପବିତ୍ରୀକୃତ ନିର୍ଜନ ପ୍ରକୋଷ୍ଠରେ ସ୍ୱର୍ଗୀୟ ବ୍ୟକ୍ତିର ଆତ୍ମାକୁ ପୂଜା କରିବା ପରେ ଗୋଟିଏ କଦଳୀ ପତ୍ରରେ ମଇଦା ବା ଅଟା ବିଛାଇ ତହିଁ ଉପରେ ଗୋଟିଏ ହାଣ୍ଡି ଉଗୁଡ଼ାଇ ଦିଅନ୍ତି ଏବଂ ପ୍ରାର୍ଥନା କରନ୍ତି, "ହେ ସ୍ୱର୍ଗତ ପିତଃ! ତୁମେ କିପରି ଅଛ ଦୟା କରି ଜଣାଅ" ଏପରି କହି ସମସ୍ତେ ସେ ଘର ବନ୍ଦ କରି ଦେଇ ଚାଲି ଆସନ୍ତି ଏହି ସମୟରେ ସ୍ତ୍ରୀଲୋକମାନେ କଂସାଟିଏ ଧରି ଘରୁ ବାହାରି କଂସା ବଜାଇ ବଜାଇ ଗୀତ ବୋଲନ୍ତି, "ହେ ଜୀବନ ପୁରୁଷ ! କାହିଁ ଅଛ ବିଜେ କର" ଏହା ବୋଲି ବୋଲି ସେମାନେ ଶ୍ମଶାନ ଆଡ଼କୁ ଯାଆନ୍ତି ଏବଂ ଖଣ୍ଡଦୁର ଯାଇ ଫେରି ଆସି ବନ୍ଦ ହୋଇଥିବା ଘରକୁ ଫିଟାଇ ସେ ହାଣ୍ଡିଟିକୁ ଉଠାଇ ମଇଦାରେ କି ଚିହ୍ନ ପଡ଼ିଛି ତାହା ଦେଖନ୍ତି ସେ ଚିହ୍ନରୁ ସ୍ୱର୍ଗତ ଆତ୍ମାର ଅବସ୍ଥାରେ ସଙ୍କେତ ବୁଝାଯାଏ ତହିଁରେ ଗୋରୁ ହାତୀ ଆଦି ଜନ୍ତୁଙ୍କ ପାଦଚିହ୍ନର ସାଦୃଶ୍ୟ ଥିଲେ ଆତ୍ମା କୁଶଳରେ ଅଛି ଏବଂ ବାଘ ଭାଲୁ ଆଦିଙ୍କ ପାଦଚିହ୍ନର ସାମଞ୍ଜସ୍ୟ ଲକ୍ଷିତ ହେଲେ ଆତ୍ମା କଷ୍ଟ ପାଉଛି ବୋଲି ବୁଝାଯାଏ ଏହା ଦେଖାଯାଇ ଅଛି ଯେ ଅପମୃତ୍ୟୁରେ ମରିଥିବା ବ୍ୟକ୍ତି ପାଇଁ ସଜ୍ଜିତ ମଇଦାରେ ବିରାଡ଼ିର ପାଦଚିହ୍ନ (ଖୋଜି) ପଡ଼ିଥାଏ ଓଡ଼ିଶାରେ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ହାଣ୍ଡି ତଳେ ବାଲିରେ ଏହିପରି ସାଙ୍କେତିକ ଚିହ୍ନ ଖୋଜିବା ପ୍ରଥା ଚଳେ]