Jump to content

ଜୁଆଙ୍ଗ

ଉଇକିଅଭିଧାନ‌ରୁ

ଜୁଆଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପତ୍ରଶଉରା; ପାତୁଆ; ଓଡ଼ିଶାର ଆଦିମ ଅଧିବାସୀବିଶେଷ; ଓଡ଼ିଶା ଗଡ଼ଜାତର ପାର୍ବତ୍ୟ ଜାତିବିଶେଷ —୧. A wild tribe inhabiting the forests of the Orissa States.

[ଦ୍ରଷ୍ଟବ୍ୟ —ପିଆରିମୋହନଙ୍କ ଓଡ଼ିଶାର ଇତିହାସରେ ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ୩ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି

୧. —ଯେଉଁମାନେ ଭାରତର ଉତ୍ତରପୂର୍ବ କୋଣ ବାଟେ ଭାରକୁ ଆସିଥିଲେ, ଯଥା—କୋଲ ବା କୋହ୍ଲ, ମୁଣ୍ଡା କୋଲ, ଖାରିଆ, ପୁରାଣ, ଭୂମିଜ ବା ଭୂୟାଁ ଓ ସାନ୍ତାଳ ପ୍ରଭୃତି
୨. ଯେଉଁମାନେ ଭାରତର ଉତ୍ତରପଶ୍ଚିମ କୋଣ ବାଟେ ଆସିଥିଲେ, ଯଥା—କନ୍ଦ, ଗଣ୍ଡ, ଝୋରାଗଣ୍ଡ, ଧାରୁଆଗଣ୍ଡ, ଘାସିୟା, ଜୁଆଙ୍ଗ, ଢାଲା ବା ତଅଁଳା, ପାତୁଆ, ପତରଶଉରା, ମାଳଶଅର, ସଉରୀ ଓ ସାଁତ ପ୍ରଭୃତି
୩. —ଯେଉଁମାନେ ହିନ୍ଦୁ ସମାଜର ଅସ୍ପୃଶ୍ୟ ଓ ସେବକ ରୂପେ ହିନ୍ଦୁମାନଙ୍କ ଆଶ୍ରୟ ଧରି ରହିଲେ କଣ୍ଡରା, କଦଳ, ଖଇରା, ଘୁଷୁରିଆ, ଚମାର, ଡମ, ପାଣ, ବାଉରି, ବାଖୁଡ଼ି, ଶିଆଳ, ଭୁୟାଁ ଓ ହାଡ଼ି ବା ମେହେନ୍ତର

ଜୁଆଙ୍ଗମାନଙ୍କ ମଧ୍ୟରେ ଅବଧି ସ୍ତ୍ରୀମାନେ କେବଳ ପତ୍ର ପିନ୍ଧି ଲଜ୍ଜା ନିବାରଣ କରିବା ପ୍ରଥା ଢେଙ୍କାନାଳ, କେନ୍ଦୁଝର ଓ ହିନ୍ଦୋଳରେ ଦେଖାଯାଏ]

୨. ମୁଣ୍ଡା ଜାତି ବା ଜୁଆଙ୍ଗ ଜାତିର ଭାଷା — ୨. Languages of the Juāṅgas or Muṇḍās.