ଜୁଟାଇବା
ଦେଖଣା
ଜୁଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଜୁଟ ଧାତୁ ଣିଜନ୍ତ)
[ସମ୍ପାଦନା]- ୧. ଏକତ୍ର କରିବା; ସଂଗ୍ରହ କରିବା — ୧. To collect; to gather.
(ଯଥା—ପୁସ୍ତକାଗାରରେ ସେ ଗୁଡ଼ିଏ ବାଜେ ପୁସ୍ତକ ଆଣି ଜୁଟାଇଛି )
- ୨. ଏକାଧିକ ବ୍ୟକ୍ତିଙ୍କୁ ଏକସ୍ଥାନରେ ଏକତ୍ର କରାଇବା — ୨. To cause many persons to gather.
(ଯଥା—ଆଜି ସଭାରେ ସେ ୨ ଲୋକ ଆଣି ଜୁଟାଇଛି )
- ୩. ପ୍ରଣୟାର୍ଥୀ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ମିଳନ ଘଟାଇବା — ୨. To bring about love-interview between lovers.
(ଯଥା—ଦୂତୀ ରାଧିକାଙ୍କ ଶ୍ରୀକୃଷ୍ଣଙ୍କ ପାଖେ ଜୁଟାଇଲେ )
- ୪. ଦୁଇଜଣଙ୍କର ମିଳନ ଘଟାଇବା —୧. To bring about a meeting between two persons.
(ଯଥା—ଶତ୍ରୁଦ୍ୱୟଙ୍କୁ ସେ ଆଣି ଜୁଟାଇ ଦେଲେ )
- ୫. କୌଶଳ ବା ଯୋଗାଡ଼ଯନ୍ତ୍ରଦ୍ୱାରା କୌଣସି ବସ୍ତୁକୁ ଅଭିପ୍ରେତ ସ୍ଥାନରେ ପହଞ୍ଚାଇବା —୫. To succeed in bringing any thing to a place by skill or stratagem; to procure.
(ଯଥା— ଏ ଭୋଜିପାଇଁ ମୁଁ ଚାନ୍ଦା କରି ୫ଟଙ୍କା ଜୁଟାଇଲି )
- ୬. ବିବାହସଂପର୍କରେ ବରକନ୍ୟା ଯୋଗାଡ଼ି ଦେବା — ୬. To negotiate for and bring about a marriage; to act as a match-maker,
(ଯଥା—ଏ କନ୍ୟାଟି ପାଇଁ ଗୋଟିଏ ବରପାତ୍ର ଜୁଟେଇ ପାରିବ କି ?)
- ୭. ସ୍ତ୍ରୀ ପୁରୁଷଙ୍କ ସଙ୍ଗମ କରାଇବା — ୭. To cause a male and a female to couple or copulate.
(ଯଥା—ଏ କାଠିଆବାଡ଼ ଘୋଡ଼ୀସଙ୍ଗେ ଗୋଟିଏ ଆରବୀ ଘୋଡ଼ା ଜୁଟାଇବାକୁ ହେବ)