ଜୁଡ଼ା
ଦେଖଣା
ଜୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜୁଡ଼ ଧାତୁ=ବନ୍ଧନ କରିବା; ସଂସ୍କୃତ - ଜୁଟ= ଜଟାର ଗ୍ରନ୍ଥି)
[ସମ୍ପାଦନା]ସ୍ତ୍ରୀଲୋକମାନଙ୍କର ଏକତ୍ର ବନ୍ଧା ହୋଇ ଥିବା ମୁଣ୍ଡର କେଶ; ଖୋପା; ଖୋଷା —Chignon; artistically tied knot of hair on the head; braided and made up hair.
[ଦ୍ରଷ୍ଟବ୍ୟ —ନାନା ଦେଶରେ ଓ ନାନା ସମାଜର୍ ସ୍ତ୍ରୀଲୋକମାନେ ନାନା ପ୍ରକାରେ ଓ ନାନା କୌଶଳରେ ମଣ୍ଡ଼ର ବାଳକୁ ଜୁଡ଼ା ବାନ୍ଧନ୍ତି କେହି କପାଳ ଉପରେ, କେହି ମୁଣ୍ଡ ପଛରେ, କେହି ବେଣୀ ପକାଇ, କେହି ଲମ୍ୱ କରି, କେହି ଗୋଲ କରି, କେହି ଟଭା ଫାଳ ପରି; କେହି ବେଲ ଆଦି ବିଶିଷ୍ଟ ଫଳ ପରି, କେହି ସିଧା କରି ବା ବଙ୍କା କରି, କେହି ବେକର ବା ମୁଣ୍ଡରୁ ଏକ ପାଖରେ
ଜୁଡ଼ା ବାନ୍ଧନ୍ତି ଜୁଡ଼ାର ଭିନ୍ନ ଭିନ୍ନ ନାମ ମଧ୍ୟ ଅଛି ଯଥା— ଲୋଟଣୀ ଜଡ଼ା, ଦକ୍ଷିଣୀ ବା ଖୋଷା ଜୁଡ଼ା, ଡ଼େଙ୍ଗା ଜୁଡ଼ା, ବଙ୍ଗାଳିଆ ଜୁଡ଼ା, ମନା ଜୁଡ଼ା, ଗଣ୍ଠି ଜୁଡ଼ା, ଫାଶ ଗଣ୍ଠି, ଟେଙ୍ଗା, ଦୋସରିଗଣ୍ଠି ଇତ୍ୟାଦି]