ଜୁତା
ଜୁତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁକ୍ତ; ପ୍ରା. ଜୁତ୍ତ; ତୁଳ. ସଂସ୍କୃତ - ପାଦତ୍ର; ସଂସ୍କୃତ - ଯୋକ୍ତ୍ର=ଚମ ଦଉଡ଼ି)
[ସମ୍ପାଦନା]- ୧. ଚର୍ମ ପାଦୁକା; ଜୋତା — ୧. Shoes; slippers.
- ୨. ଜୁତାଦ୍ୱାରା ମାଡ଼ — ୨. Shoe-beating.
[ଦ୍ରଷ୍ଟବ୍ୟ —ସଂସ୍କୃତ - ଯୋକ୍ତ୍ର ଅର୍ଥ ବାନ୍ଧିବା ଚମଦଉଡ଼ା, ଏଥିରୁ ଜୁତା ବା ଜୋତା ଶବ୍ଦର ଉତ୍ସତ୍ତ ହୋଇଥିବ ଆଗେ ଜୁତାକୁ ଚମ ଦଉଡ଼ିରେ ଗୋଡ଼ରେ ବାନ୍ଧୁ ଥିଲେ ଜୁତା ଅନେକ ପ୍ରକାରର ଅଛି ଯଥା—ଚଢଉ, ବୁଟ୍, ଚଟୀ, ମରହଟ୍ଟୀ, ପମ୍ସୁ, ଡ଼ର୍ବୀ ଇତ୍ୟାଦି; ଜୁତାର ଉପକରଣ ଅନୁସାରେ ନାମ, ଯଥା—ରବର ଜୁତା, କନା ଜୁତା, କାନ୍ଭିସ୍ ଜୂତା, ଶମ୍ୱରୀ, ଉଳ, କାର୍ପେଟ୍ ଇତ୍ୟାଦି ରଙ୍ଗ ଓ ଚମଡ଼ା ଅନୂସାରେ ନାମ ଯଥା—ବାର୍ଣ୍ଣିସ୍, ବାଦାମି, କଳା ଇତ୍ୟାଦି ଜୂତାର ତଳ ଅଂଶକୁ 'ତଳା' ଗୋଇଠି ଉପରେ ପଛ ଆଡ଼କୁ ଥିବା ଅଂଶକୁ 'ଏଡ଼ୀ ବା ଏଣ୍ଡ଼ୀ' ଓ ଜୂତାର ଅଗକୁ 'ଠୋକର' ଏବଂ ଗୋଡ଼ ଉପରେ ବା ଯେଉଁ ଚମଡ଼ା ଥାଏ ତାକୁ ଉପର— ଚମଡ଼ା ବା ଉପରପଟ୍ଟୀ କହନ୍ତି; ଭାରତରେ ପ୍ରାଚୀନ କାଳରୁ ଜୂତାର ବ୍ୟବହାର ଅଛି ମହାଭାରତ ଅନୃଶାସନ ପର୍ବରେ ଗୋଟିଏ ଉପାଖ୍ୟାନ ଅଛି ଯେ ସୂର୍ଯ୍ୟଦେବ ଜମଦଗ୍ନି ଋଷିଙ୍କୁ ଖରାରୁ ଶରୀରକୁ ରକ୍ଷା କରିବା ପାଇଁ ଜୋଡ଼ାଏ ଜୁତା ଓ ଖଣ୍ଡ଼ିଏ ଛତା ଦେଇଥିଲେ (ହିନ୍ଦୀ - ଶବ୍ଦସାଗର) ଓଡ଼ିଶାର ମନ୍ଦିରାଦିର ଖୋଦିତ ପ୍ରସ୍ତର ମାନଙ୍କରେ ଜୂତା ପିନ୍ଧାଥିବା ଲୋକଙ୍କ ଚିତ୍ର ଦେଖାଯାଏ; ଉତ୍କଳର ବ୍ରାହ୍ମଣବାଳକ ଉପନୟନ ପରେ ବ୍ରହ୍ମଚାରୀ ବେଶରେ ଋଷିଆଣି କରିଯିବା ବେଳେ ମରହଟ୍ଟୀ ଜୂତା ମାଡ଼ନ୍ତି ଓ ତାଳପତ୍ର ଛତା ଧରନ୍ତି ]
- ୩. ଶଗଡ଼ ବା ଲଙ୍ଗଳ ଦଉଡ଼ା — ୩. Rope for tying the shaft of the cart or plough to the yoke.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଜୋତ ଦଉଡ଼ି; ଜୁଆଳି ସଙ୍ଗେ ବଳଦ ବେକକୁ ଯେଉଁ ଦଉଡ଼ିରେ ବନ୍ଧଯାଏ — Rope for tying the bullock's neck to the yoke.