Jump to content

ଜେଉଟ

ଉଇକିଅଭିଧାନ‌ରୁ

ଜେଉଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜେଉଠ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡହୁ)

[ସମ୍ପାଦନା]

ଅଳ୍ପ ଅମ୍ଳ ସ୍ୱାଦୁଯୁକ୍ତ ଫଳ ଓ ତାହାର ବୃକ୍ଷ ବିଶେଷ —A tree bearing sourist edible fruits like mango- steen; the monkey jack; Artocarpus Lacooch Anthochynus Pictorius; Stalagmites pictoria (Fallon).

ଆମ୍ୱ ପନସ ପୁନ୍ନାଗ ଜେଭଟ, ବେଲ ବରୁଣ କପିଥ ପ୍ରକଟ ବିଶ୍ୱନାଥ. ବିଚିତ୍ରରାମାୟଣ

[ଦ୍ରଷ୍ଟବ୍ୟ —ଏହା ଉଦ୍ୟାନତରୁବିଶେଷ; ପତ୍ରମାନ ଡିମ୍ୱିରିପତ୍ର ଭଳି. କିନ୍ତୁ ଅପେକ୍ଷାକୃତ ଛୋଟ ଓ ଗୋଲାକାର; ଫଳମାନ ଆଢ଼ ଆକାରର ଓ ବହୁ ସ୍ଥାନରେ କୁବ୍ଜ ଓ କୁଞ୍ଚିତ; ପାଚିଲେ ହଳଦିଆ ହୁଏ; ବର୍ଷା ସମୟରେ ଫଳେ ଫଳ ଈଷତ୍ ଅମ୍ଳରସବିଶିଷ୍ଟ ବୈଦ୍ୟଶାସ୍ତ୍ର ମତରେ ଅପକ୍ୱ ଫଳ ଉଷ୍ଣବୀର୍ଯ୍ୟ, ଗୁରୁ, ବିଷ୍ଟମ୍ଭକାରକ, ତ୍ରିଦୋଷଜନକ, ରକ୍ତକାରକ, ଶୁତ୍ରଘ୍ନ, ଅଗ୍ନିନାଶକ ଓ ଚକ୍ଷୁର ହିତକର ପାଚିଲା ଫଳ ବାୟୁ, ପିତ୍ତ, କଫ, ଅଗ୍ନି ଓ ବିଷ୍ଟମ୍ଭକର, ରୁଚିକର ଓ ଶୁତ୍ରଜନକ ]