ଜୋକ
ଜୋକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳୌକା)
[ସମ୍ପାଦନା]ରକ୍ତଶୋଷକ ଜଳଚର ପରହୀନ କୀଟବିଶେଷ —Leech.
[ଦ୍ରଷ୍ଟବ୍ୟ —ସାଧାରଣତଃ ଜୋକ ଲମ୍ୱରେ ୨ ଇଞ୍ଚ ପର୍ଯନ୍ତ ବଢନ୍ତି; ଏମାନଙ୍କ ମୁହଁରେ ଗୋଟିଏ ଶୋଷଣଯନ୍ତ୍ର ଅଛି ଏମାନେ ପ୍ରାଣୀଦେହରେ ଲାଗିଗଲେ ସେହି ଯନ୍ତ୍ରଦ୍ୱାରା ଶରୀରସ୍ଥ ରକ୍ତକୁ ଶୋଷି ଗଡ ପରି ଫୁଲି ଯାଆନ୍ତି ଏମାନେ ଦେହରେ ଥରେ ଲାଗିଲେ ରକ୍ତ ଶୋଷି ସନ୍ତୁଷ୍ଟ ନ ହେବା ପର୍ଯନ୍ତ ଦେହରୁ ଛାଡନ୍ତି ନାହିଁ; କିନ୍ତୁ ଏମାନେ ଶୋଷୁଥିବା ସ୍ଥାନରେ ରୁଆଏ ଲୁଣ ଲଗାଇଦେଲେ ଏମାନେ ସେ ସେ ସ୍ଥାନରୁ ଖସିପଡ଼ନ୍ତି ଏମାନେ ଜୋଡ଼, ଦଳୁଆ ପୋଖରୀ, ଧାନ ବିଲ ପ୍ରଭୃତିରେ ଥାଆନ୍ତି ସେଠାରେ କୌଣସି ଲୋକ ପାଣିରେ ପଶିଲେ ତା ଦେହରେ ଲାଗି— ଯାଇ ରକ୍ତ ଶେଷନ୍ତି ନିର୍ବିଷ ଓ ସବିଷ ଭେଦରେ ଜୋକ୧୨: ପ୍ରକାର ସାଧାରଣତଃ ସାନ ଜୋକଙ୍କୁ ଗାଈଆ ଓ ବଡ଼ ଜୋକଙ୍କୁ ମଇଁଷିଆ ଜୋକ ବୋଲାଯାଏ ଯେବେ କୌଣସି ଲୋକ କୌଣସି ବ୍ୟକ୍ତିର ଅର୍ଥ ଶୋଷଣ କରେ ଓ ତାହାର ସର୍ବନାସ ନ ହେବା ପର୍ଯ୍ୟନ୍ତ ତାକୁ ଛାଡ଼ି କରି ଯାଏ ନାହିଁ ସେସ୍ଥଳରେ ଲୋକେ କହନ୍ତି 'ପ୍ରଥମ ବ୍ୟକ୍ତି ୨ୟ ବ୍ୟକ୍ତିଙ୍କଠାରେ ଜୋକପରି ଲାଗିଛି' ସମୁଦ୍ରରେ ଏକ ପ୍ରକାର ଜୋକ ଅଛନ୍ତି ସେମାନେ ୨/?/ ଫୁଟ ପର୍ଯନ୍ତ ଲମ୍ୱରେ ବଢ଼ନ୍ତି; ହିନ୍ଦୀ - ଶବ୍ଦସାଗର]